Latest Odisha News

ଖୁବ୍‌ ଶୀଘ୍ର ଦ୍ୱିତୀୟ ସନ୍ତାନର ପିତାମାତା ହେବେ ଗୀତା ବସ୍ରା ଏବଂ ହରଭଜନ ସିଂ

ନୂଆଦିଲ୍ଲୀ: ଅଭିନେତ୍ରୀ ଗୀତା ବସ୍ରା ରବିବାର ଦିନ ଘୋଷଣା କରିଛନ୍ତି ଯେ ସେ ପୁଣି ଥରେ ମା ହେବାକୁ ଯାଉଛନ୍ତି। ଅର୍ଥାତ୍‌ ଅଭିନେତ୍ରୀ ଗୀତା ବସ୍ରା ଏବଂ କ୍ରିକେଟର ହରଭଜନ ସିଂ ଖୁବ୍‌ ଶୀଘ୍ର ତାଙ୍କ ଦ୍ୱିତୀୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି। ଗୀତା ଇନଷ୍ଟାଗ୍ରାମରେ ଏକ ବେବି ବମ୍ପ୍‌ର ଫଟୋ ସେୟାର୍‌ କରିଛନ୍ତି।

ଅକ୍ଟୋବର ୨୯, ୨୦୧୫ ରେ  ହରଭଜନ ଏବଂ ଗୀତା ବସ୍ରାଙ୍କ ବିବାହ ହୋଇଥିଲା। ଦମ୍ପତି ତାଙ୍କ ପ୍ରଥମ କନ୍ୟା ସନ୍ତାନ ହିମାୟାଙ୍କୁ ଲଣ୍ଡନରେ ସ୍ବାଗତ କରିଥିଲେ। ଜଲନ୍ଧରର ଏକ ଗୁରୁଦ୍ୱାରରେ ଏହି ଦମ୍ପତିଙ୍କର ଅନ୍ତରଙ୍ଗ ବିବାହ ଉତ୍ସବ ହୋଇଥିଲା।

 

Leave A Reply

Your email address will not be published.