Latest Odisha News

BREAKING NEWS

ଆଜି ରିଲିଜ ହେବ ଭିନ୍ନ ସ୍ୱାଦର ଫିଲ୍ମ ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’

ଭୁବନେଶ୍ୱର: ତରଙ୍ଗ ଟିଭିରେ ଆଜି ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’। ଏଥିରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିବା ବେଳେ ୫୨ ବର୍ଷୀୟ ମହିଳା ହୋଇଛନ୍ତି ନାୟିକା । ନାୟକ ଭୂମିକାରେ ଅଭିନେତା ସମ୍ବିତ ଓ ନାୟିକା ଭୂମିକାରେ ମହେଶ୍ୱତାଙ୍କୁ ଅଭିନୟ କରିଛନ୍ତି ।

ଫିଲ୍ମଟିର କାହାଣୀ କିଛି ଏପରି । ଲିଡ୍ ରୋଲରେ ନଜର ଆସୁଥିବା ଭବାନୀ ବାବୁ କଠୋର ଶୃଙ୍ଖଳିତ ତଥା ନୀତିନିୟମ ବନ୍ଧା ବ୍ୟକ୍ତିତ୍ୱ । ସବୁବେଳେ ଟାଣ କଥା କହି ନିଜ ସମ୍ପର୍କୀୟଙ୍କୁ କଷ୍ଟ ଦିଅନ୍ତି । କିନ୍ତକୁ ହଠାତ୍ ଦିନେ ସେ ନିଜ ଜୀବନକୁ ସୁନ୍ଦର ଭାବେ ଜିଇଁବାର ସୁଯୋଗ ପାଇଲେ । ହଠାତ ବୟସ୍କ ଭବାନୀ ବାବୁ ଯୁବକ ପାଲଟିଯାନ୍ତି । ଆଉ ତାଙ୍କ ଯୁବାବସ୍ଥା କେମିତି କାଟୁଛନ୍ତି ତାକୁ ନେଇ ଆଗେଇ ଚାଲିଛି ଚୁମକି ମାଇଁ ଡାର୍ଲିଙ୍ଗର କାହାଣୀ ।

ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ସାହୁ ଦେଇଛନ୍ତି । ଏହାର ଗୀତଗୁଡିକୁ ସଜାଇଛନ୍ତି ଅଭିଜିତ ମଜୁମଦାର । ଫିଲ୍ମରେ ଅଭିନୟ କରିଥିବା ଅନ୍ୟ କଳାକରମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, ଅଙ୍କିତ କୁମାର, ବୁଦ୍ଧାଦିତ୍ୟ ମହାନ୍ତି, ସରୋଜ ଦାସ, ପୁଷ୍ପା ପଣ୍ଡା, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ ।

ଓଲିଉଡ୍‌ର ଚୁମକି ମହାଶ୍ୱେତାଙ୍କ ଏହି ଫିଲ୍ମକୁ ଦର୍ଶକ ଅପେକ୍ଷା କରିରହିଛନ୍ତି ।

Leave A Reply

Your email address will not be published.