Latest Odisha News

BREAKING NEWS

କରୋନା ମୁକ୍ତ ହୋଇ ପରିବାରକୁ ଫେରିଲେ ଜେନେଲିଆ ଦେଶମୁଖ

ମୁମ୍ବାଇ: ଅଭିନେତ୍ରୀ ଜେନେଲିଆ ଦେଶମୁଖ ତିନି ସପ୍ତାହ ତଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସେ ଏଥିରୁ ଆରୋଗ୍ୟ ଲାଭ କରିଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଅଭିନେତା ରିତିଶ ଦେଶମୁଖଙ୍କ ପତ୍ନୀ ଜେନେଲିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ଖବର ସେୟାର କରି ଏହା କହିଛନ୍ତି।

୩୩ ବର୍ଷ ବୟସ୍କା ଅଭିନେତ୍ରି କହିଛନ୍ତି ଯେ, “ମୁଁ ତିନି ସପ୍ତାହ ପୂର୍ବରୁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲି । ମୁଁ ଗତ ୨୧ ଦିନ ପାଇଁ ସଂଗରୋଧରେ ଥିଲି। ଭଗବାନଙ୍କ କୃପାରୁ ମୁଁ ଆଜି କୋଭିଡ ନେଗେଟିଭ ଚିହ୍ନଟ ହୋଇଛି।” ଜେନେଲିଆ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜ ପରିବାରକୁ ଆଉଥରେ ଫେରି ଖୁସି ଅଛନ୍ତି ।

Comments are closed.