Latest Odisha News

ଓଡ଼ିଶାରେ ଲକ୍ଷେ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର କରିଛି । ଛଅ ମାସରେ ବାହାରିଛି ଲକ୍ଷେରୁ ଅଧିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୩ ହଜାର ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନ୍ରୁ ୧ ହଜାର ୮୬୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥି ୧୧ ଶହ ୪୬ଟି ।

ଖୋର୍ଦ୍ଧାରୁ ସର୍ବାଧିକ ୬୮୪, କଟକରୁ ୩୩୭, ମୟୂରଭଞ୍ଜରୁ ୨୯୨, ଗଞ୍ଜାମରୁ ୨୧୬, ବାଲେଶ୍ୱରରୁ ୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ ଜିଲ୍ଲାରୁ ୧୨୪, କୋରାପୁଟରୁ ୧୨୦, ରାୟଗଡ଼ାରୁ ୧୦୪, ସମ୍ୱଲପୁରରୁ ୧୦୨ ସଂକ୍ରମିତଙ୍କୁ ମିଶାଇ ମୋଟ୍ ୨୯ ଜିଲ୍ଲାରୁ ପଜିଟିଭ୍ କେସ୍ ବାହାରିଛି ।

ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୩୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୭୦ ହଜାର ୭୧୪ ଆକ୍ରାନ୍ତ । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨୯ ହଜାର ୬୮୫ ।

Leave A Reply

Your email address will not be published.