Latest Odisha News

ଫେବୃୟାରୀ ୧୧ରେ ହେବ ପାକିସ୍ତାନରେ ସାଧାରଣ ନିର୍ବାଚନ

କରାଚୀ: ପାକିସ୍ତାନ ନିର୍ବାଚନ ଆୟୋଗ ଆଗାମୀ ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଓକିଲ ପାକିସ୍ତାନର ସୁପ୍ରିମକୋର୍ଟଙ୍କୁ ଏହି ସମ୍ପର୍କରେ କହିଛନ୍ତି । ଜାନୁୟାରୀ ଶେଷ ସପ୍ତାହରେ ଏହା ହେବ ବୋଲି ସ୍ଥିର ହୋଇଥିଲେ ମଧ୍ୟ ରାଜନୈତିକ ଦଳଗୁଡିକର ବିରୋଧ ଯୋଗୁ ଏହାକୁ ଘୁଂଚା ଯାଇଥିଲା । ଗତ ବର୍ଷ ଏପ୍ରିଲରେ ଅବିଶ୍ୱାସ ପ୍ରସ୍ତାବରେ ଇମ୍ରାନ ଖାଁଙ୍କ ସରକାର ଭାଙ୍ଗି ଯାଇଥିଲା । ଇମ୍ରାନଙ୍କ ବିରୋଧରେ ତୋଶଖାନା ମାମଲା ଏବଂ ଅନ୍ୟ ଜମି ବିବାଦ ଯୋଗୁ ତାଙ୍କ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ନିର୍ବାଚନ ଆୟୋଗ ରୋକ ଲଗାଇଛନ୍ତି ।

ପାକିସ୍ତାନ ସମ୍ବିଧାନ ଅନୁସାରେ ସଂସଦ ଭାଙ୍ଗିବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବା ଦରକାର । ଏହି ଅବଧି ନଭେମ୍ବର ୭ରେ ଶେଷ ହେଉଛି । ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟର ସାମ୍ନା କରୁଛି । ଆର୍ଥୀକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ଏବେ ନିର୍ବାଚନ ପୁନର୍ବାର କରିବା ନେଇ ମଧ୍ୟ ଦ୍ୱନ୍ଦ୍ୱରେ ରହୁଛି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଚୀନକୁ ସମର୍ଥନ କରି ପାକିସ୍ତାନ ଫସି ଯାଇଛି । ସାଧାରଣ ଜନତାଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଆକାଶ ଛୁଆଁ ଦରରେ ପଂହଚିଛି ।

Comments are closed.