Latest Odisha News

BREAKING NEWS

ସର୍କିଟ ହାଉସ୍ ପାଲଟିଛି ମଦ୍ୟପଙ୍କ ଆଡ୍ଡା ସ୍ଥଳୀ

ଜଗତସିଂହପୁର: ସରକାରୀ ସର୍କିଟ ହାଉସ ଏବେ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ । ଯେଉଁ ସର୍କିଟ ହାଉସରେ ବିଭିନ୍ନ ସମୟରେ ନେତା, ମନ୍ତ୍ରୀ, ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରାତ୍ରିଯାପନ ତଥା ବିଶ୍ରାମ କରିଥାନ୍ତି । ପରିତାପର ବିଷୟ ଯେ ଜଗତସିଂହପୁର ଜିଲ୍ଲାର ସଦରମହକୁମା ସ୍ଥିତ ଯୋଗଧାରୀ ନିକଟରେ ଥିବା ଏହି ସର୍କିଟ ହାଉସକୁ ରକ୍ଷଣା ବେକ୍ଷଣ କରିବା ପାଇଁ ଅଛନ୍ତି ସରକାରୀ କର୍ମଚାରୀମାନେ । ହେଲେ ଏହାକୁ ଏବେ ମଦ ବାର୍ ରେ ପରିଣତ କରିଥିବା ଦେଖିବାକୁ ମିଳିଛି ।

ରୁମ୍ ଭିତରେ ରହିଛି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କର୍ମଚାରୀ ମାନେ ମଦ ପିଉଛନ୍ତି କିଭଳି? ଏହାର ଦାୟିତ୍ଵରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ କରୁଛନ୍ତି କ’ଣ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମିଶି ବେଶ୍ ଆରାମରେ ପିଉଛନ୍ତି ମଦ।

ତେବେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏତେ ସଂଖ୍ୟକ ମଦ କିଏ ଆଣିଛି ଓ କେଉଁ ମାନେ ପିଉଛନ୍ତି ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଏହି ମଦ ଏଠାକୁ କିଭଳି ଆସିଲା ଓ ଏହାକୁ କିଏ ପିଉଛି ପଚାରିଲେ ମୁହିଁ ଖୋଲୁ ନାହାନ୍ତି ସର୍କିଟ ହାଉସ କର୍ମଚାରୀ ।

Leave A Reply

Your email address will not be published.