Latest Odisha News

ଆଇପିଏସ୍ ସ୍ତରରେ ଅଦଳବଦଳ, ଦୀପ୍ତେଶ ପଟ୍ଟନାୟକ ଜେଲ୍ ଆଇଜି

ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଦୀପ୍ତେଶ ଏବେ ଆଇଜିପି ଭାବରେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍ ଅଧିକାରୀ ଡକ୍ଟର ଦୀପକ କୁମାରଙ୍କୁ ଡିଆଇଜିପି ଦାୟିତ୍ୱ ଦିଆଯାଇଛି । ସେହିଭଳି ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜିପି ଭାବେ ନିଯୁକ୍ତି ମଳିଛି । ତା ସହିତ ଆର୍‌କେ ପାଇକରାୟଙ୍କୁ ଦେବଗଡ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱରରେ ଏଡିସିପି ଭାବେ କାର୍ଯ୍ୟରତ ଡି.ପି ତ୍ରିପାଠୀଙ୍କୁ କଟକ ରେଳବାଇ ଏସ୍ ପି ଭାବେ ଅବସ୍ଥାପିତ କରାଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.