Latest Odisha News

BREAKING NEWS

ନୂଆ ଗାଡି଼ରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଜର୍ମାନ ରାଷ୍ଟ୍ରଦୂତଙ୍କ ଭାରତ ପ୍ରେମ। ନୂଆ ଗାଡି଼ କିଣିବା ପରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ। ଭାରତୀୟ ପରମ୍ପରା ଅନୁସାରେ ଯେତେବେଳେ ଆମେ ଏକ ନୂଆ ଗାଡି଼ କିଣୁ ସର୍ବପ୍ରଥମେ ଆମେ ପୂଜା କରିବା ସହ ନଡ଼ିଆ ଭାଙ୍ଗିଥାଉ। ଏହା ବ୍ୟତୀତ ଲେମ୍ବୁ ଏବଂ ଲଙ୍କା ମଧ୍ୟ ଲଗାଇଥାନ୍ତି।

ବର୍ତ୍ତମାନ ବିଦେଶୀ ରାଷ୍ଟ୍ରଦୂତ ମାନେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭକ୍ତିଭାବରେ ଗ୍ରହଣ କରୁଛନ୍ତି। ଭାରତରେ ଜର୍ମାନ ରାଷ୍ଟ୍ରଦୂତ ଫିଲିପ ଏକର୍ମନ ମଙ୍ଗଳବାର ଦିନ ଏକ ବିଳାସପୂର୍ଣ୍ଣ ଇଲେକଟ୍ରିକ୍ କାର କିଣିଛନ୍ତି। ଏହା ପରେ ସେ ଏହି କାରକୁ ସର୍ବସମ୍ମୁଖରେ ପ୍ରଦର୍ଶନ କରିଥିଲେ।

ଜର୍ମାନ ରାଷ୍ଟ୍ରଦୂତ କାର ଆଗରେ ଲେମ୍ବୁ ଏବଂ ଲଙ୍କା ଟାଙ୍ଗିବା ସହ କାର ଆଗରେ ନଡ଼ିଆ ଭାଙ୍ଗୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ସମସ୍ତ ଭାରତୀୟଙ୍କ ହୃଦୟ ଜିତିପାରିଛି। ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ପ୍ରଶଂସା ମଧ୍ଯ କରିଛନ୍ତି।

 

Comments are closed.