Latest Odisha News

BREAKING NEWS

୧୭ରୁ ୪୫ ବର୍ଷ ପୁରୁଷଙ୍କୁ ଜର୍ମାନୀ ବାହାରକୁ ଯିବା ମନା !

ନୂଆଦିଲ୍ଲୀ: ଜର୍ମାନୀରେ ବର୍ତମାନର ସରକାର ଏକ ନୂଆ ନିୟମ ଲାଗୁ କରିଛି ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ନିୟମ ଅନୁସାରେ ୧୭ରୁ ୪୫ ବର୍ଷ ବୟସ୍କ ଯୁବକମାନଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଦେଶ ଛାଡିବା ପୂର୍ବରୁ ସେମାନଙ୍କୁ ଅନୁମତି ନେବାକୁ ପଡିବ । ସେହିପରି ୩ ମାସରୁ ଅଧିକ ସମୟ ବାହାରେ ରହିପାରିବେ ନାହିଁ । ପୂର୍ବରୁ ଯୁଦ୍ଧ କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହାକୁ ସାମୟିକ ଭାବେ ଲାଗୁ କରାଯାଉଥିଲା ।

ସେନା ନିକଟରେ ତଥ୍ୟ ରହିଲେ ଯୋଗାଯୋଗ କରାଯାଇ ପାରିବ । ଜର୍ମାନୀରେ ସୈନ୍ୟ ସଂଖ୍ୟା ବୃଦ୍ଧି କରାଇବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଉଛି । ବର୍ତମାନ ଜର୍ମାନୀରେ ୧.୮୪ ଲକ୍ଷ ସୈନିକ ଅଛନ୍ତି । ସରକାର ଏହାକୁ ୨.୭୦ ଲକ୍ଷକୁ ବୃଦ୍ଧି କରିବାକୁ ଚାହୁଁଛି । ୟୁରୋପରେ ଭୂ-ରାଜନୈତିକ ଉତେଜନା ଯୋଗୁ ସମସ୍ତ ଦେଶ ନିଜକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.