Latest Odisha News

କରୋନାର ତୃତୀୟ ଲହର, ଏପ୍ରିଲ୍ ୧୮ ଯାଏ ଲକଡାଉନ୍ ବଢ଼ାଇଲା ଏହି ଦେଶ

ବର୍ଲିନ: କରୋନା ସଂକ୍ରମଣ ରୋକିବାକୁ ପୁଣି ଲକଡାଉନ୍ । ଜର୍ମାନୀ ଲକଡାଉନ୍ ଅବଧିକୁ ଏପ୍ରିଲ୍ ୧୮ ଯାଏ ବଢ଼ାଇ ଦେଇଛି । ୧୬ ରାଜ୍ୟର ରାଜ୍ୟପାଳଙ୍କ ସହ ଆଲୋଚନା ପରେ ଜର୍ମାନୀ ଚ୍ୟାନ୍ସଲର ଆଙ୍ଗଲା ମାର୍କେଲ ଏନେଇ ଘୋଷଣା କରିଛନ୍ତି । ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ନହେବାକୁ କୁହାଯାଇଛି ।

ଜର୍ମାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଆମେରିକାର ଦୈନିକ ସଂକ୍ରମଣ ହାରଠାରୁ ଅଧିକ ରହିଛି । ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍ନା କରୁଥିବା ଜର୍ମାନୀ ଚ୍ୟାନ୍ସଲର କହିଛନ୍ତି । ଏଥିସହ ଇଷ୍ଟର ହଲିଡେ ସମୟରେ ଲୋକ ୫ ଦିନ ଘରେ ରହି ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସେ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.