Latest Odisha News

ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଲେ ଜର୍ମାନୀ ଓ ଫ୍ରାନ୍ସ

ପ୍ୟାରିସ : କରୋନା ଟିକା ଆଷ୍ଟ୍ରାଜେନେକା ବ୍ୟବହାର ଉପରେ ଲାଗିଲଶ ରୋକ୍ । ଆଉ ଦୁଇଟି ଦେଶ ଜର୍ମାନୀ ଓ ଫ୍ରାନ୍ସ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଟିକା ନେବା ଫଳରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ ଆଷ୍ଟ୍ରାଜେନେକା ଟିକା ଉପରେ ରୋକ ଲଗାଇଥିବା ଘୋଷଣା କରିଛନ୍ତି ।

ଆସନ୍ତାକାଲି ଯାଏଁ ଟିକାର ବ୍ୟବହାର ‌ଉପରେ ରୋକ୍ ଲଗାଯାଇଛି । ତେବେ ଏନେଇ ୟୁରୋପୀୟ ମେଡିସିନ ଏଜେନ୍ସି ଯାହା ଘୋଷଣା କରିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ । ସେହିପରି ଫ୍ରାନ୍ସ ପୂର୍ବରୁ ୟୁରୋପୀୟ ଦେଶ ଜର୍ମାନୀ ମଧ୍ୟ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଛି । ଟିକା ନେବା ପରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ଖବର ଜଣାପଡିବା ପରେ ଅସ୍ଥାୟୀ ଭାବେ ଟିକାର ବ୍ୟବହାର ଉପରେ ରୋକ ଲଗାଇଛି ଜର୍ମାନୀ ।

ଟିକା ନେବା ପରେ ଶରୀରରେ ଦେଖାଯାଉଥିବା ପାର୍ଶ୍ବ ପ୍ରତିକ୍ରିୟା ପରେ ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା । ତେବେ ରିପୋର୍ଟ ମିଳିବା ପରେ ଆଷ୍ଟ୍ରାଜେନେକା ଟିକାକୁ ବ୍ୟବହାର କରାଯିବ ନା ନାହିଁ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.