Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା NCB

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛି ଏନସିବି । ଆସନ୍ତା ୧୮ ତାରିଖରେ ମାମଲାର ହେବ ଶୁଣାଣି ।

ଏନସିବି ପକ୍ଷରୁ ଦାଖଲ ମାମଲାକୁ ମୁଖ୍ୟ ବିଚାରପତି ଏସ.ଏ ବୋବଡେଙ୍କ ନେତୃତ୍ବାଧିନ ଖଣ୍ଡପୀଠ ଶୁଣାଣି କରିବେ । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ଏନସିବି । ଗତ ବର୍ଷ ଜୁନ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ଫ୍ଲାଟରୁ ମିଳିଥିଲା ସୁଶାନ୍ତ ସିଂହଙ୍କ ମୃତଦେହ । ଏହାପରେ ବଲିଉଡରେ ଡ୍ରଗ୍ସ କାରବାର ନେଇ ଆରମ୍ଭ ହୋଇଥିଲା ଯାଞ୍ଚ । ମାର୍ଚ୍ଚ ୫ ତାରିଖରେ ଏନସିବି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟରେ ଦାଖଲ କରିଥିଲା ଚାର୍ଜସିଟ । ଏଥିରେ ଅଭିନେତ୍ରୀ ରିୟାଙ୍କ ସମେତ ୩୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା ଏନସିବି ।

Leave A Reply

Your email address will not be published.