Latest Odisha News

କରୋନା ଭାଇରସ କ୍ଷତିପୂରଣ ବାବଦକୁ ଜର୍ମାନୀ ୧୨ ଲକ୍ଷ କୋଟି ଟଙ୍କା ଚୀନକୁ ମାଗିଲା

ଲଣ୍ଡନ: କରୋନା ଭାଇରସ ଲଢ଼େଇ କରିବା ସହ ଧିରେ ଧିରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡିକ ଚୀନ ବିରୋଧରେ ସଂଗଠିତ ହେବାକୁ ଲାଗିଲେଣି । ସୋମବାର ଜର୍ମାନୀ କରୋନା ଭାଇରସ ବାବଦକୁ ୧୨ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ଚୀନକୁ କହିଛି । ପୂର୍ବରୁ ୟୁରୋପର ଶକ୍ତିଶାଳୀ ଦେଶଗୁଡିକ ଫ୍ରାନ୍ସ, ବ୍ରିଟେନ ଓ ଆମେରିକା କରୋନା ଭାଇରସ ନେଇ ଚୀନକୁ ଦାୟୀ କରିଛନ୍ତି ।

ଜର୍ମାନୀରେ ଏବେ ଏହି ସଂକ୍ରମଣ ଯୋଗୁ ୫୦୦୦ ପାଖାପାଖି ଲୋକେ ମୃତ୍ୟୁବରଣ କରି ସାରିଛନ୍ତି । ୪୬ ହଜାର ଏଥିରେ ଆକ୍ରାନ୍ତ ଅଛନ୍ତି । ପ୍ରତ୍ୟେକ ବ୍ୟକ୍ତି ପିଛା ୧୫୫୦ ପାଉଣ୍ଡର କ୍ଷତି ଯୋଡାଯାଇ ଏହି ବିଲ ପ୍ରସ୍ତୁତ କରାଯାଇଛି । ଜର୍ମାନୀର ବିଲ୍ଡ ନାମକ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.