Latest Odisha News

BREAKING NEWS

ୟୁରୋ କପ ଫୁଟବଲ: ଉଦଘାଟନୀ ମୁକାବିଲାରେ ସ୍କଟଲାଣ୍ଡକୁ ଭେଟିବ ଜର୍ମାନୀ

ନୂଆଦିଲ୍ଲୀ: ୟୁଇଏଫଏ ୟୁରୋ କପ ୨୦୨୪ ଜର୍ମାନୀରେ ୧୫ଜୁନରୁ ଆରମ୍ଭ ହେବ । ଉଦଘାଟନୀ ମୁକାବିଲାରେ ସ୍କଟଲାଣ୍ଡକୁ ଭେଟିବ ଆୟୋଜକ ଜର୍ମାନୀ । ଟୁର୍ଣ୍ଣାମେଂଟରେ ୨୪ଟିମ ଅଂଶଗ୍ରହଣ କରିବେ । ୪ଟି ଟିମକୁ ନେଇ ୬ଟି ଗ୍ରୁପ ଗଠନ କରାଯାଇଛି । ପତ୍ୟେକ ଗ୍ରୁପରୁ ୨ଟି ଟିମ ଏବଂ ତୃତୀୟ ସ୍ଥାନରେ ରହିଥିବା ଶ୍ରେଷ୍ଠ ୪ଟି ପ୍ରି କ୍ୱାର୍ଟର ଫାଇନାଲରେ ପଂହଚିବେ । ଜୁଲାଇ ୧୫ରେ ବର୍ଲିନର ଅଲିମ୍ପିଆ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୬ ଫିଫା ବିଶ୍ୱକପ ପରେ ଜର୍ମାନୀ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟସ୍ତରର ବଡ ଟୁର୍ଣ୍ଣାମେଂଟ ଆୟୋଜନ କରୁଛି । ଗତ ସଂସ୍କରଣରେ ଇଟାଲୀ ଟାଇଟଲ ହାସଲ କରିଥିଲା ।

ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଉପରେ ସମସ୍ତଙ୍କ ନଜର ରହିବ । ୨୦୧୬ରେ ପର୍ତୁଗାଲ ଚାମ୍ପିୟନ ହୋଇଥିଲା । ଜୁନ ୧୯ରେ ଚେକ ରିପବ୍ଲିକ ବିପକ୍ଷରେ ପର୍ତୁଗାଲ ତାର ଅଭିଯାନ ଆରମ୍ଭ କରିବ । ଗ୍ରୁପ ବିରେ ଏଥର ପର୍ତୁଗାଲ, କ୍ରୋଏସିଆ ଓ ସ୍ପେନ ରହିଥିବାରୁ ଏହାକୁ ଗ୍ରୁପ ଅଫ ଡେଥ କୁହାଯାଉଛି ।

Comments are closed.