Latest Odisha News

BREAKING NEWS

ଟ୍ୱିଟର ଭଳି ଭାରତରେ ଭେରିଫାଇଏଡ୍‌ ନିୟମ ଲାଗୁ କଲା ମେଟା, ଜାଣନ୍ତୁ ମାସକୁ କେତେ ଦେବାକୁ ହେବ

ନୂଆଦିଲ୍ଲୀ: ଟ୍ୱିଟର ଭଳି ମେଟା ମଧ୍ୟ ଭାରତରେ ଭେରିଫାଇଏଡ୍‌ ନିୟମ ଲାଗୁ କରିଛି। କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। ମେଟା ଭେରିଫାଏଡ୍ ସିଷ୍ଟ ଭାରତ, ୟୁକେ ଓ କାନାଡ଼ାରେ ଉପଲବ୍ଦ ରହିଥିବା ବେଳେ ବ୍ରାଜିଲ୍‌ରେ ଖୁବ୍‌ଶୀଘ୍ର ଲାଗୁ ହେବ ବୋଲି ଜୁକରବର୍ଗ ଘୋଷଣା କରିଛନ୍ତି।

ଭାରତ ପାଇଁ ମେଟା iOS ଓ ଆଣ୍ଡ୍ରଏଡ୍ ଗ୍ରାହକଙ୍କ ପାଇଁ ମାସିକ ୬୯୯ ଟଙ୍କା ସବ୍ସକ୍ରିପ୍‌ସନ ପ୍ଲାନ୍ ରଖିଛି। ସେହିପରି ୱେବ୍ ୟୁଜର୍ସମାନେ ଆସନ୍ତା କିଛି ମାସ ମଧ୍ୟରେ ପ୍ରତିମାସରେ ୫୯୯ ଟଙ୍କା ଦେଇ ସବ୍ସକ୍ରିପ୍‌ସନ ପ୍ଲାନ୍ ନେଇପାରିବେ ବୋଲି କମ୍ପାନୀ ଘୋଷଣା କରିଛି। ଏହି ସବ୍ସକ୍ରିପ୍‌ସନ ପ୍ଲାନ୍‌ରେ ଗ୍ରାହକ ତାଙ୍କର ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବ୍ଲୁ ଟିକ୍‌ରେ ଭେରିଫାଏଡ୍ କରିପାରିବେ।

ଭେରିଫାଏଡ୍ ୟୁଜର୍ସଙ୍କୁ ମିଳିବ ଏହି ସୁବିଧା

ଟ୍ୱିଟର ବ୍ଲୁ ସବ୍ସକ୍ରିପ୍‌ସନ ଭଳି ମେଟା ଭେରିଫାଏଡ୍ ୟୁଜର୍ସଙ୍କୁ ବି କିଛି ଖାସ୍ ଫିଚର୍ସ ମିଳିବ। ମେଟା ଭେରିଫାଏଡ୍‌ ଆମ ସେବା, ସତ୍ୟତା ଓ ସୁରକ୍ଷାକୁ ବଢ଼ାଇବ ବୋଲି ଜୁକରବର୍ଗ କହିଛନ୍ତି। ମାସିକ ସବ୍ସକ୍ରିପ୍‌ସନ ପ୍ଲାନ୍ ନେଇଥିବା ଗ୍ରାହକଙ୍କ ପୋଷ୍ଟର ଭିଜିବିଲିଟି ଓ ରିଚ୍ ବଢିବ। ତା ସହିତ ଫେସ୍‌ବୁକ୍ ଓ ଇନଷ୍ଟାଗ୍ରାମ ପାଇଁ ଷ୍ଟୋରେଜ୍‌ରେ ଏକ୍ସକ୍ଲୁସିଭ୍ ଷ୍ଟିକର୍ସ ମିଳିବ। ତାସହିତ ଯେମିତି ଅନ୍ୟ କେହି ଆପଣଙ୍କ ଆଇଡି କ୍ରିଏଟ୍ କରିପାରିବେ ନାହିଁ ସେହି ସୁରକ୍ଷା ବି ମିଳିବ। କ୍ରିଏଟରକୁ ସମର୍ଥ ଦେବା ପାଇଁ ଫେସ୍‌ବୁକ୍‌ରେ ୟୁଜରଙ୍କୁ ପ୍ରତି ମା ସରେ ୧୦୦ ଷ୍ଟାର୍ ମିଳିବ।

ଭେରିଫାଏଡ୍ ପାଇଁ ସର୍ତ୍ତ

ଆକାଉଣ୍ଟ ଭେରିଫାଏଡ ପାଇଁ କିଛି ସର୍ତ୍ତ ରଖିଛି କମ୍ପାନୀ। ଆକାଉଣ୍ଟ ଭେରିଫାଏଡ କରିବାକୁ ହେଲେ ଗ୍ରାହକ ତାଙ୍କର ଉଭୟ ସୋସିଆଲ୍ ମିଡିଆ ସାଇଟ୍‌କୁ ସର୍ବ ନିମ୍ନ ବ୍ୟବହାର କଲେ ବି ଚଳିବ। ଗ୍ରାହକଙ୍କ ବୟ ୧୮ ବର୍ଷ ହୋଇଥିବା ଦରକାର। ତା ସହିତ ୟୁଜରଙ୍କୁ ଏକ ସରକାରୀ ଆଇଡି ଅପ୍‌ଲୋଡ କରିବାକୁ ହେବ। ସେହି ଅନୁସାରେ ଆକାଉଣ୍ଟ ନାଁ ଓ ଫଟୋ ମେଳ ଖାଉଥିବ।

Comments are closed.