Latest Odisha News

BREAKING NEWS

ଓଡିଶା ଡାକ୍ତରଙ୍କୁ ଠକେଇ ଅଭିଯୋଗରେ ଘାନା ନାଗରିକ ଗିରଫ

ଅନୁଗୁଳ : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଷ୍ଟ ଗ୍ରାଜ୍ୟୁଏଟ୍ ଇନଷ୍ଟିଚ୍ୟୁଟ ଅଫ ପେଡିଆଟ୍ରିକରେ ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଠକିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଅନୁଗୁଳ ରେଳ ଷ୍ଟେସନରୁ ବୁଧବାର ଦିନ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ।

ସେ ତାଙ୍କର କଟକ ତଳ ତେଲଙ୍ଗା ବଜାର ସ୍ଥିତ ଘରୋଇ କ୍ଲିନିକରେ ଏହି ୧୮.୫୦ ଲକ୍ଷ ଟଙ୍କା ମୂଲ୍ୟର ମେଡିକାଲ ଉପକରଣ ତାଙ୍କ କ୍ଲିନିକରେ ବ୍ୟବହାର ହେବାର ଥିଲା ।

ଗିରଫ ଅଭିଯୁକ୍ତ ଜଣକ ନିକୋଲାସ କଜ୍ଭି (୪୪) ସେ ଘାନାର ନାଗରିକ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ପୋଲିସ ଗିରଫ ନିକୋଲାସଠାରୁ ନଗଦ ୧୮ ଲକ୍ଷ ୫୦ ହଜାର ଟଙ୍କା, ପାସପୋର୍ଟ, ମୋବାଇଲ ଫୋନ୍ ଆଦି ଜବତ କରିଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଗତ ୨୦୧୮ ମସିହା ଅକ୍ଟୋବରରେ ବ୍ୟବସାୟିକ ଭିସାରେ ସେ ଭାରତ ଆସି ମୁମ୍ବାଇରେ ଅବସ୍ଥାନ କରୁଥିଲେ। ପରବର୍ତ୍ତୀ ସମୟରେ ଶିଶୁରୋଗ ବିଶେଷଜ୍ଞ ଡା. ମଙ୍ଗଳ ଚରଣ ମୁର୍ମୁଙ୍କ ସହ ସମ୍ପର୍କ ସ୍ଥାପନ କରି ବିଭିନ୍ନ ମେଡିକାଲ ଉପକରଣ ବଜାର ଦରଠାରୁ ଶସ୍ତାରେ ଯୋଗାଇ ଦେବା ପାଇଁ କଥା ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ଡାକ୍ତର ଜଣଙ୍କ ପୋଲିସ ଖବର ଦେବା ସହ ଏକ ଅଭିଯୋଗ ଦାଏର କରିଛନ୍ତି । ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁଗୁଳ ରେଲୱେ ଷ୍ଟେସନରୁ ନିକୋଲାସଙ୍କୁ ଗିରଫ କରିଛି ।

Leave A Reply

Your email address will not be published.