Latest Odisha News

BREAKING NEWS

ଆସନ୍ତା ଜାନୁଆରି ୨୧ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା: ସିଇଓ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଉଥିବାବେଳେ ଆସନ୍ତା ଜାନୁଆରି ୨୧ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ ।

ଏନେଇ ଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏଥିସହିତ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାବେଳେ ଆସନ୍ତା ଜାନୁଆରି ୨୧ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସୂଚନା ଦେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାନୁଆରି ୭ ତାରିଖରୁ ପ୍ରତ୍ୟେକ ଗ୍ରାମ ଗୁଡିକରେ ମାର୍କ ପୋଲ ଆୟୋଜିତ କରାଯିବ ।

ଅନ୍ୟପକ୍ଷରେ ଭୋଟର ତାଲିକାରେ ପ୍ରାୟ ୧୨ ଲକ୍ଷ ଭୋଟରଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଲକ୍ଷ ନୂଆ ଭୋଟର ଏବଂ ୨ ଲକ୍ଷ ଦିବ୍ୟାଙ୍ଗ ଭୋଟର ରହିଥିବା ନେଇ ଚିହ୍ନଟ କରାଯାଇଛି ।

ଏଥିସହିତ ପାଖାପାଖି ୪,୫୯,୦୪୨ ଜଣ ବ୍ୟକ୍ତି ଭୋଟର ତାଲିକାରେ ନିଜ ନାମ ସାମିଲ ପାଇଁ ଆବେଦନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହିତ ରାଜ୍ୟରେ ସମୁଦାୟ ୩୭,୬୦୬ଟି ପୋଲିଂ ବୁଥ୍ ରହିଥିବା ନେଇ ସେ ପ୍ରକାଶ କରିଛନ୍ତି ।

ରାଜ୍ୟରେ ଇଭିଏମ୍ ଓ ଭିଭିପିଏଟି ମେସିନ୍ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଏଥିପାଇଁ ନିର୍ବାଚନ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଫେବୃଆରୀ ୨୫ ତାରିଖ ସୁଦ୍ଧା ଶେଷ ହେବାକୁ ଥିବାବେଳେ ଫେବୃଆରି ୭ ତାରିଖ ବେଳକୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ସମ୍ମିଳନୀ ଆରମ୍ଭ ହେବ ।

Leave A Reply

Your email address will not be published.