Latest Odisha News

BREAKING NEWS

ସ୍ତ୍ରୀଙ୍କ ମୃତ୍ୟୁ ପରେ ଚାଲିଗଲେ ସ୍ୱାମୀ, ପରଲୋକରେ ବିଶିଷ୍ଟ ଶ୍ରମିକ ସଂଗଠନ ନେତା ଘନଶ୍ୟାମ ଜେନା

ଭଦ୍ରକ: ସର୍ବ ଭାରତୀୟ ଏଫସିଆଇ ଶ୍ରମିକ ସଂଗଠନର ନେତା ଘନଶ୍ୟାମ ଜେନାଙ୍କ ଦେହାନ୍ତ। ଗତକାଲି ତାଙ୍କ ଧର୍ମପତ୍ନୀ ହେମଲତାଙ୍କ ୯୦ ବର୍ଷ ବୟସରେ ତାଙ୍କ ପୈତୃକ ଘର ଧାମନଗର ବ୍ଲକ ଦୋବଳଠାରେ ଦେହାନ୍ତ ହୋଇଛି। ସ୍ତ୍ରୀଙ୍କ ଦେହାନ୍ତରେ ଭାଙ୍ଗିପଡିଲେ ଶ୍ରମିକ ନେତା ଘନଶ୍ୟାମ ଜେନା।

ସ୍ତ୍ରୀଙ୍କ ମୃତ୍ୟୁ ପରେ ଆଜି ଘନଶ୍ୟାମଙ୍କର ଦେହ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପ୍ରଥମେ ଯାଜପୁର ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ଶ୍ରମିକ ସ୍ୱେଚ୍ଛାସେବୀ ଶୁଭେଛୁ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେ ଶ୍ରମିକ ନେତା ଥିବାବେଳେ ବହୁ ଲୋକଙ୍କୁ ଏଫ୍ ସି ଆଇରେ ନିଯୁକ୍ତି ଦେଇଥିଲେ। ତାଙ୍କ ମୃତ୍ୟୁରେ ଚାଲିଆଡେ ଶୋକର ଛାୟା ଖେଳି ଯାଇଛି।

Comments are closed.