Latest Odisha News

BREAKING NEWS

ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଜଙ୍ଗଲକୁ ପତ୍ର ପାଇଁ ଯାଇଥିବା କିଛି ମହିଳା ଶିଶୁକନ୍ୟାକୁ ଦେଖିଥିଲେ। ଶିଶୁକନ୍ୟାଟି ପ୍ରାୟ ମାସକର ହେବ।

ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ। ଶିଶୁକନ୍ୟାକୁ ଦେଖି ସ୍ଥାନୀୟ ଚମ୍ପାଝର ସରପଞ୍ଚଙ୍କୁ ଖବର ଦେଇଥିଲେ। ଶିଶୁଟି ପାଖରେ କେହି ନଥିଲେ। ଶିଶୁଟିକୁ କେହି ଏକ ଲୁଗାରେ ଶୁଆଇ ଚାଲିଯାଇଥିଲେ। ତେବେ ମହିଳାମାନେ ଶିଶୁନ୍ୟାକୁ ଉଦ୍ଧାର କରି ସରପଞ୍ଚ ଓ ଆଶା କର୍ମୀ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସରପଞ୍ଚ ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଚିକିତ୍ସା ଆରମ୍ଭ କରିଛନ୍ତି।

ତେବେ ଡାକ୍ତରଙ୍କ କହିବା କଥା ହେଲା, ବହୁ ସମୟ ଧରି ଶିଶୁକନ୍ୟା କିଛି ଖାଇନଥିବାରୁ ଅସୁସ୍ଥ ହୋଇପଡ଼ିଛି। ବର୍ତ୍ତମାନ ଶିଶୁର ଚିକିତ୍ସା ଚାଲିଛି। କିଏ ଓ କାହିଁକି ଶିଶୁକନ୍ୟାଟିକୁ ଜଙ୍ଗଲରେ ଏମିତି ଛାଡ଼ି ଚାଲିଯାଇଥିଲେ, ତାହା ଜଣାପଡ଼ିନି। ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.