Latest Odisha News

BREAKING NEWS

ଘଟଗାଁକୁ ମିଳିବ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ସାଧାରଣ ଜନତାଙ୍କ ଭାବାବେଗ ଓ ଉତ୍ସାହ ଏହାକୁ ପ୍ରମାଣିତ କରିଛି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସିଛନ୍ତି।

ପ୍ରଥମେ ଘଟଗାଁଠାରେ ମା ତାରିଣୀଙ୍କ ଆଶିର୍ବାଦ କାର୍ଯ୍ୟକ୍ରମ ରହିଥିଲା। ଘଟଗାଁ ହାଇସ୍କୁଲ ପଡିଆରେ ବୁଲି ବୁଲି ଲୋକଙ୍କ ସହ ମିଶିଥିଲେ।ଚାଲି ଚାଲି ଯାଇ ବ୍ୟାରିକେଡ୍ ପାଖରେ ଥିବା ଲୋକଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଘଟଗାଁରେ ରୋଡ ଶୋ କରି ତାରିଣୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଥିଲେ । ଆଉ ପୀଠର ଉନ୍ନତି ପାଇଁ ଆଉ ୫୦ କୋଟି ଟଙ୍କା ଦେବାକୁ ଘୋଷଣା କଲେ । ତାରିଣୀ ପୀଠକୁ ଜାତୀୟ ମାନ୍ୟତା ଦେବାକୁ କେନ୍ଦ୍ରକୁ ଅନୁରୋଧ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ନିଜ ଗାଁ ରାଇକଳା ଯିବେ । ଆଉ ଝୁମ୍ପୁରାରେ ଏକ ସାଧାରଣ ସଭାରେ ଯୋଗଦେବେ। ଏଥିପାଇଁ ରାଇକଳାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ୧୯୭୨ ମସିହାରେ ଏହି ରାଇକାଳରେ ନେଇଥିଲେ ମୋହନ ମାଝି । ଆଉ ଝୁମ୍ପୁରା ହାଇସ୍କୁଲରେ ପାଠ ପଢିଥିଲେ।

Leave A Reply

Your email address will not be published.