Latest Odisha News

ସର୍ବସାଧାରଣ ଦର୍ଶନ ପାଇଁ ଆଜିଠୁ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

କେନ୍ଦୁଝର: ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ମନ୍ଦିର । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ଓ ଅପରାହ୍ଣ ୪ଟାରୁ ରାତି ୭ଟା ଯାଏ ଭକ୍ତ ମା’ ତାରିଣୀଙ୍କ ଦର୍ଶନ କରିପାରିବେ । ମନ୍ଦିର ଭିତରକୁ ଭୋଗ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନେବା ମନା । ଏକାକାଳୀନ ୫ରୁ ଅଧିକ ଭକ୍ତ ପ୍ରବେଶ କରିପାରିବେ ନାହିଁ । ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ୍ ପିଲାଙ୍କୁ ମନ୍ଦିରରେ ପ୍ରବେଶ ବାରଣ କରାଯାଇଛି ।

ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରିବେ । ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପଥରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମଦ୍ୟପାନ, ପାନ, ଗୁଟ୍‌କା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରି ପ୍ରବେଶ କରିପାରିବେ ନାହିଁ । କରୋନାର ଦ୍ୱିତୀୟ ଲହରିକୁ ଦୃଷ୍ଟିରେ ରଖି ବନ୍ଦ ରହିଥିଲା ମା’ ତାରିଣୀ ମନ୍ଦିର ।

Comments are closed.