Latest Odisha News

BREAKING NEWS

ଘରୋଇ ସହାୟିକା ରଖୁଥିଲେ ରୁହନ୍ତୁ ସାବଧାନ, ଆପଣଙ୍କ ସହ ମଧ୍ଯ ହୋଇପାରେ ଏଭଳି… 

ଗାଜିଆବାଦ: ଉତ୍ତରପ୍ରଦେଶର ଯୋଗୀ ସରକାର ଖାଦ୍ୟ ସାମଗ୍ରୀରେ ଛେପ ପକାଇବା ତଥା ଅପମିଶ୍ରଣ ଭଳି ଘଟଣାକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ଯାଉଛନ୍ତି। ଏହି ସମୟରେ ଗାଜିଆବାଦ-ଏନସିଆରରୁ ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି।

ଜଣେ ମହିଳା ତାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା ମହିଳାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ କରିଛନ୍ତି। ରୋଷେଇ ଘରର ପାତ୍ରରେ ପରିସ୍ରା କରିବା ଏବଂ ସେହି ପାତ୍ରରେ ରୁଟି ତିଆରି କରାଯାଉଥିବା ଭଳି ଅଭିଯୋଗ କରିଛନ୍ତି। ମହିଳା ଜଣକ ଏନେଇ ଥାନାରେ ଘରୋଇ ସହାୟିକାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଘରୋଇ ସହାୟିକା ଜଣକ ଗତ ୮ ବର୍ଷ ଧରି ତାଙ୍କ ଘରେ କାର୍ଯ୍ୟ କରିଆସୁଛନ୍ତି। ହେଲେ ପରିବାରର ସମସ୍ତ ସଦସ୍ଯ କିଡନୀ ଜନିତ ରୋଗରେ ପିଡୀତ ହେବାରୁ ସେମାନେ କିଛି ସନ୍ଦେହ କରି ରୋଷେଇ ଘରେ ସିସିଟିଭି ଲଗାଇଥିଲେ।

ଅକ୍ଟୋବର ୧୪ରେ କ୍ୟାମେରା ରେକର୍ଡିଂ ହୋଇଥିବା ଘଟଣା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ ଘରୋଇ ସହାୟିକା ଜଣକ ଏକ ପାତ୍ରରେ ପରିସ୍ରା କରିଥିଲା ଏବଂ ପରେ ସେଥିରେ ରୁଟି ତିଆରି କରିଥିଲା

ମହିଳା ଜଣକ କହିଛନ୍ତି ଯେ ତାଙ୍କ ପରିବାରର ସଦସ୍ଯ ଦୀର୍ଘ ଦିନ ଧରି କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ, ତେଣୁ ଲାଗୁଛି ଯେ ସେ ଦୀର୍ଘ ଦିନ ଧରି ଏହି ଘୃଣ୍ୟ କାର୍ଯ୍ୟ କରିଆସୁଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.