ଭୁବନେଶ୍ବର: କିଛି ଲୋକ ପାଣିରେ ଭିଜାଇ କିସମିସ୍ ଖାଇଥାନ୍ତି ତ ଆଉ କିଛିଜଣ ସାଧାରଣ ଭାବରେ ଖାଇବାକୁ ପସନ୍ଦ କରନ୍ତି। ଏଥିସହ ଅନ୍ୟ କିଛି ଲୋକ ଭାଜିକି କିସମିସ୍ ଖାଇବାକୁ ଭଲ ପାଆନ୍ତି । ତେବେ ଏହି ଭଜା କିସମିସ୍ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇପାରେ। ଯଦି ଆପଣ ଶୀତ ଋତୁରେ ଭଜା କିସମିସ୍ ସଠିକ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରନ୍ତି, ତେବେ ଆପଣଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆସିପାରିବ।
ଯଦି ଆପଣ ସବୁବେଳେ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଭଜା କିସମିସ୍ ଖାଇବା ଆରମ୍ଭ କରନ୍ତୁ। ଭଜା କିସମିସ୍ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଶକ୍ତି ସ୍ତର ବୃଦ୍ଧି ପାଇପାରେ। ଯଦି ଆପଣ ଏହି ଶୀତ ଋତୁରେ ସତେଜ ଅନୁଭବ କରିବାକୁ ଚାହାଁନ୍ତି, ତେବେ ଭଜା କିସମିସକୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ । ଦେଖିବେ ଏହାର ସକାରାତ୍ମକ ପ୍ରଭାବ ଅନୁଭବ କରିବେ ।
ସେହିଭଳି ରକ୍ତହୀନତା ଦୂର କରିବା ପାଇଁ କିସମିସ୍ ଖାଇବାକୁ ସୁପାରିଶ କରାଯାଏ। ଏହା ସହିତ ଭଜା କିସମିସ୍ ଖାଇବା ଦ୍ୱାରା ଦୁର୍ବଳ ହାଡ଼କୁ ମଜବୁତ ହୁଅ । ସାମଗ୍ରିକ ଭାବରେ ପୋଷକତ୍ତ୍ବରେ ଭରପୂର ଭଜା କିସମିସ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ।
ତେବେ ପ୍ରଥମେ ଗ୍ୟାସ୍ ଅନ୍ କରନ୍ତୁ ଏବଂ ନିଆଁକୁ କମ୍ କରନ୍ତୁ । ତା’ପରେ ଚୁଲିରେ ଏକ ପ୍ୟାନ୍ ରଖନ୍ତୁ। ଏବେ ଅଳ୍ପ ଘିଅରେ ୬ ରୁ ୧୦ଟି କିସମିସ୍ ଭଜାନ୍ତୁ। କିସମିସ୍ ହାଲୁକା ଭାଜି ହେବା ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ତା’ ଉପରେ କିଛି ସୈନ୍ଧବ ଲବଣ ଛିଞ୍ଚନ୍ତୁ। ଭଲ ଫଳାଫଳ ପାଇଁ ପ୍ରତିଦିନ ସକାଳେ ଭଜା କିସମିସ୍ ଖାଆନ୍ତୁ ।
Comments are closed.