Latest Odisha News

ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶୀତ ଦାଉରୁ ରକ୍ଷାପାଇବେ ମହାପ୍ରଭୁ । ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶୀତ ୪ ମାସ ମହାପ୍ରଭୁଙ୍କ ଏହି ଘୋଡ଼ ଲାଗି ନୀତି ହେବାର ପରମ୍ପରା ରହିଛି ।

ଚନ୍ଦନଲାଗି ପରେ ୩ ଠାକୁରଙ୍କ ୨୧ଟି ଘୋଡ଼ ସହିତ ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ, ମଦନମୋହନଙ୍କ ଘୋଡ଼ ଅଧିବାସ ହୁଏ । ଷଷ୍ଠୀରେ ଠାକୁରଙ୍କୁ ୭ ମୂର୍ତ୍ତି ଲେଖାଏଁ ଘୋଡ଼ ଲାଗି କରି ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଏ । ଖଣ୍ଡୁଆ, ଭେଲ୍‌ଭେଟର ଘୋଡ଼ ବସ୍ତ୍ର, ଫୁଟା, ମଫଲର୍‌ ଓ ଟୋପର ଆଦି ଠାକୁରେ ଲାଗି ହୁଅନ୍ତି ।

ପ୍ରତ୍ୟେକଦିନ ଭିନ୍ନଭିନ୍ନ ରଙ୍ଗର ବସ୍ତ୍ର ଶ୍ରୀବିଗ୍ରହଙ୍କୁ ଲାଗି କରାଯାଏ । ସୋମବାର କଳାଛିଟା ମିଶା ଶୁକ୍ଳ ରଙ୍ଗ ବେଶ ପରିଧାନ କରନ୍ତି । ମଙ୍ଗଳବାର ବାର ପଞ୍ଚରଙ୍ଗ ମିଶା ବସ୍ତ୍ର (ବାରପଟିଆ) ଓ ବୁଧବାର ନୀଳରଙ୍ଗର ବସ୍ତ୍ର, ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର, ଶୁକ୍ରବାର ଶୁକ୍ଳ ରଙ୍ଗ, ଶନିବାର କଳା, ରବିବାର ଲାଲ ବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକ ଠାକୁରଙ୍କ ଏହି ସ୍ୱତନ୍ତ୍ର ଶୀତବସ୍ତ୍ର ବେଶ ତିଆରି କରନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପୋଷାକ ତିଆରି ହୋଇଥାଏ ।

 

Leave A Reply

Your email address will not be published.