Latest Odisha News

BREAKING NEWS

ସରିଲା ନବଦିନାତ୍ମକ ଯାତ୍ରା; ନୀଳକନ୍ଦରକୁ ବାହୁଡିଲେ ଚତୁର୍ଦ୍ଧାମୂରତୀ

ପୁରୀ: ଶେଷ ହେଲା ନବଦିନ ବ୍ୟାପୀ ଘୋଷଯାତ୍ରା । ମନ୍ଦିର ବାହାରେ ସରିଲା ମହାପ୍ରଭୁଙ୍କ ଲୀଳା ଖେଳା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ଫେରିଲେ ଚତୁର୍ଦ୍ଧାମୂରତୀ । ସଂଧ୍ୟା ଧୂପ ସରିବା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି । ପ୍ରଥମେ ଗୋଟି ପହଣ୍ଡିରେ ଯାଇ ଶ୍ରୀମନ୍ଦିରକୁ ବିଜେ କରିଥିଲେ ସୂଦର୍ଶନ, ବଳଭଦ୍ର ଓ ସୁଭଦ୍ରା । ପରେ ପରେ ଶ୍ରୀଜଗନ୍ନାଥ ଯିବାବେଳେ ସିଂହଦ୍ୱାରା ବନ୍ଦ ହୋଇଥିଲା । ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ।

ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ସାଙ୍ଗରେ ନେଇ ଆସିଥିବା ସ୍ଵାଦିଷ୍ଟ ରସଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ଶ୍ରୀମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିଲେ । ବୁଧବାର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କୁ ପ୍ରଥମ ଭୋଗ ଲାଗି ହେବ । ପୁଣି ଶ୍ରୀମନ୍ଦିର ଆନନ୍ଦ ବଜାରରେ ମିଳିବ ନୀଳାଚଳ ଅଭଡା । ମହାପ୍ରସାଦ ସେବନ କରିବାର ସୁଯୋଗ ପାଇବେ ଭକ୍ତ ।

ତେବେ ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡି ଯିବାର ଦୃଶ୍ୟ ଦେଖି ଭାବବିହ୍ବଳ ହୋଇଥିଲେ । ସମସ୍ତଙ୍କ ଆଖିରୁ ଖୁସିର ଲୁହ ଝରି ଆସିଥିବାବେଳେ କାଳିଆ ଠାକୁରଙ୍କ ଗୋଟି ପହଣ୍ଡି ଦେଖି ନିଜକୁ ଧନ୍ୟମନେ କରିଥିଲେ ।

Comments are closed.