ମଲାଜପୁର: ବୈତୁଲ ଜିଲ୍ଲାର ମଲାଜପୁରରେ ଥିବା ପ୍ରସିଦ୍ଧ ଗୁରୁ ସାହେବ ବାବା ସନ୍ଥ ଦେବ ସମାଧି ସ୍ଥଳରେ ସବୁ ବର୍ଷ ଆୟୋଜିତ ହୁଏ ଘୋଷ୍ଟ ଫେୟାର ବା ଭୂତ ମେଳା । ପ୍ରାୟ ୪୦୦ ବର୍ଷ ହେବ ଏଠାରେ ଏହା ଆୟୋଜିତ ହୋଇ ଆସୁଛି । ପୌଷ ପୂର୍ଣ୍ଣିମାରୁ ଏହି ମେଳା ଆରମ୍ଭ ହୋଇଥାଏ । ରାଜସ୍ଥାନ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଉତରପ୍ରଦେଶର ଲୋକମାନେ ଏଠାକୁ ବହୁ ମାତ୍ରାରେ ଆସିଥାନ୍ତି । ଲୋକଙ୍କ ବିଶ୍ୱାସ ରହିଛି ଯେ, ବାବାଙ୍କ ସମାଧୀ ସ୍ଥଳ ପରିକ୍ରମା କରିବା ପରେ ଯେଉଁମାନେ ପ୍ରେତ କିମ୍ବା ଅଶରୀର କବଳରେ ପଡିଥାନ୍ତି ସେମାନେ ମୁକ୍ତ ହୋଇଥାନ୍ତି ।
ଏଠାରେ ମାନସିକ ରଖିଥିବା ବ୍ୟକ୍ତି ଏହା ପୂରଣ ହେଲେ ତୁଳା ଦାନ କରିଥାନ୍ତି । ଏହି ମେଳା ପ୍ରାୟ ଏକମାସ ଧରି ଚାଲିବା ପରେ ବସନ୍ତ ପଂଚମୀରେ ଶେଷ ହୋଇଥାଏ । ବାବାଙ୍କ ସମାଧୀ ନିକଟରେ ଲୋକଙ୍କୁ ଝାଡୁରେ ମରାଯାଇ ଭୂତ କବଳରୁ ରକ୍ଷା କରି ଯାଇଥାଏ । ଭୂତ, ପ୍ରେତଙ୍କଠାରୁ ଦୂରେଇ ରଖିବା ପାଇଁ ଏଠାରେ ଅନେକ ପ୍ରକାର ସାମଗ୍ରୀ ବିକ୍ରି କରାଯାଇଥାଏ ।
Comments are closed.