Latest Odisha News

BREAKING NEWS

ଟ୍ରକ୍ ଧକ୍କାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ୨ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ବାଇକକୁ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ କଟକ ଗୋବିନ୍ଦପୁର ରାଣୀପଡ଼ା ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓଝା, ଯାଜ୍ଞସେନୀ ମହାରଣା ଦୁଇ ସମ୍ପର୍କୀୟ ଭଉଣୀ ଦୁର୍ଯ୍ୟଧନ ମହାରଣାଙ୍କ ବାଇକରେ ଡେରା ଅଞ୍ଚଳକୁ ଯାଉଥିଲେ । ଗୋତମରା ନିକଟରେ ଏକ ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଲକ୍ଷ୍ମୀପ୍ରିୟା ଓଝା, ଯାଜ୍ଞସେନୀ ମହାରଣାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଯ୍ୟଧନ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଟ୍ରକ୍ ଡ୍ରାଇଭର ଫେରାର୍ ହୋଇ ଯାଇଥିବା ବେଳେ ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.