Latest Odisha News

BREAKING NEWS

ସୀମା ହାଇଦରଙ୍କ ଖୁସି ଖବର ଶୁଣି କ୍ଷଭ ପ୍ରକାଶ କଲେ ସ୍ୱାମୀ: ଜାଣନ୍ତୁ କଣ କହିଲେ..

ନୂଆଦିଲ୍ଲୀ: ନିଜ ପ୍ରେମିକ ପାଇଁ ପାକିସ୍ତାନ ଛାଡି ଆସିଥିବା ସୀମା ହାଇଦର ପ୍ରେମିକ ସଚିନଙ୍କ ସହ ଭାରତରେ ରହୁଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ପୁଣି ଗଣମାଧ୍ୟମରେ ହେଡଲାଇନ ସୃଷ୍ଟି କରିଛି​​। ସର୍ବଦା ଲୋକମାନେ ସେମାନଙ୍କର ଦାମ୍ପତ୍ୟ ଜୀବନ ଜାଣିବାକୁ ଆଗ୍ରହୀ। ପ୍ରେମ ପାଇଁ ସୀମା ପାର କରିଥିବା ସୀମା ଏବେ ମା’ ହେବାକୁ ଯାଉଛନ୍ତି । ସୀମା ହାଇଦର ଗର୍ଭବତୀ ଅଛନ୍ତି। ସେ ପଞ୍ଚମ ଥର ପାଇଁ ମାଆ ହେବାକୁ ଯାଉଛନ୍ତି। ତାଙ୍କର ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଚାରି ସନ୍ତାନ ରହିଛି। ବର୍ତ୍ତମାନ ସେ ତାଙ୍କ ପ୍ରେମିକ ସଚିନ୍ ମୀଣାଙ୍କ ସନ୍ତାନର ମାଆ ହେବାକୁ ଯାଉଛନ୍ତି।

ସୀମା ସଚିନଙ୍କ ସହ ଏକ ଭିଡିଓ ସେୟାର କରି ଗର୍ଭଧାରଣ ଖବରକୁ ନିଶ୍ଚିତ କରିଥିଲେ। କିନ୍ତୁ ସୀମାର ପ୍ରଥମ ସ୍ୱାମୀ ଗୁଲାମ ହାଇଦର ଏହି ଖବର ପାଇବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏହି ଭିଡିଓକୁ ୟୁଟ୍ୟୁବରେ ସେୟାର କରି ସୀମା ଏବଂ ସଚିନଙ୍କ ବିଷୟରେ ଏକ ଖୁଲାସା କରିଛନ୍ତି।

ସୀମାର ଗର୍ଭବତୀ ହେବା ଖବରକୁ ନେଇ ଗୁଲାମ ହାୟଦର କହିଛନ୍ତି, ‘ସୀମା ସହିତ ମୋର କୌଣସି ସମ୍ପର୍କ ନାହିଁ। କିନ୍ତୁ ସେ ଯାହା କରୁଛନ୍ତି, ସେ ଖୁବଶୀଘ୍ର ଏହାର ପରିଣାମ ଦେଖିବେ। ସୀମା ମୋର ଚାରି ପିଲାଙ୍କୁ ମୋଠାରୁ ଅଲଗା କରି ଭାରତ ନେଇଗଲେ। ମୁଁ ମୋ ପିଲାମାନଙ୍କୁ ଏଠାରେ ଝୁରୁଛି। ସେ ସଚିନଙ୍କ ସନ୍ତାନର ମାଆ ହେବାକୁ ସେଠାକୁ ଯାଇଛନ୍ତି। ସେ ମୋର ପତ୍ନୀ କିନ୍ତୁ ପିଲାଟି ସଚିନଙ୍କଠାରୁ ଜନ୍ମ ହେବ। ଏହା ଶୁଣିବାକୁ ଖରାପ ଲାଗୁଛି। ମୁଁ ଏପରି ମହିଳାଙ୍କୁ କେବଳ ଏତିକି କହିପାରେ ଯେ ସେ ମୋତେ ଅପମାନିତ କରିଛି ଏବଂ ସେ କେବେ ସୁଖରେ ରହିପାରିବ ନାହିଁ।’

ସୂଚନା ଥାଉକି ଗୁଲାମ ନିଜ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଥିଲେ। ଗୁଲାମ କହିଛନ୍ତି- ସୀମା ଯାହାସହ ରହିବାକୁ ଚାହାଁନ୍ତି ସେ ରହିପାରିବେ। କିନ୍ତୁ ମୋ ପିଲାମାନଙ୍କୁ ମୋତେ ଫେରାଇ ଦିଆଯାଉ।

ଦୁଇ ଦିନ ପୂର୍ବେ ସୀମା ହାଇଦର ସଚିନ୍ ମୀଣାଙ୍କ ସହ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ସୀମା ପ୍ରେଗନେସି କିଟ୍ ଯୋଗେ ନିଜ ପରୀକ୍ଷା କରିଥିଲେ। ଏହାସହ ବେବି ବମ୍ପ ମଧ୍ୟ ଦେଖାଇଲେ। ଭିଡିଓରେ ସଚିନ ସୀମାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ସୀମା କହିଛନ୍ତି- ମୁଁ ପ୍ରଥମ ତିନି ମାସ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଇଥିଲି। ମୋର ସ୍ୱାସ୍ଥ୍ୟବସ୍ଥା ଭଲନଥିଲା। ଆମେ ଭାବିଲୁ ଯେ ସବୁକିଛି ଠିକ୍ ହେଲେ ଆମେ ଭଲ ଖବର ଦେବୁ। ଫେବୃଆରୀରେ, ମୁଁ ସଚିନଙ୍କ ସନ୍ତାନର ମାଆ ହେବି। ଆମର ଆଗାମୀ ସନ୍ତାନକୁ ନେଇ ଆମେ ବହୁତ ଖୁସି।

ଗତ ବର୍ଷ ସୀମା ହାୟଦର ତାଙ୍କ ଚାରି ପିଲାଙ୍କ ସହ ବେଆଇନ ଭାବେ ପାକିସ୍ତାନ ଛାଡି ଭାରତ ପଳେଇ ଆସିଥିଲେ। ବେଆଇନ ଭାବେ ଭାରତ ଆସିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ପବ୍‌ଜି ଗେମ୍ ଖେଳିବାବେଳେ ଅନ୍ଲାଇନ୍‌ରେ ସଚିନଙ୍କ ପ୍ରେମରେ ପଡିଥିଲେ ସୀମା। ଏହା ପରେ ସେ ନେପାଳ ଜରିଆରେ ଭାରତକୁ ବେଆଇନ ଭାବେ ଆସିଥିଲେ। ବର୍ତ୍ତମାନ ଉଭୟଙ୍କୁ ଜାମିନ ନାମଞ୍ଜୁର କରାଯାଇଛି। ତାଙ୍କ ବିରୋଧରେ ନୋଏଡା କୋର୍ଟରେ ଏକ ମାମଲା ଚାଲିଛି। ତାଙ୍କୁ ପାକିସ୍ତାନକୁ ପଠାଯିବା ଉଚିତ ନୁହେଁ ବୋଲି ସୀମା ଆବେଦନ କରିଛନ୍ତି। ନଚେତ୍ ସେଠାରେ ତାଙ୍କୁ ହତ୍ୟା କରାଯିବ।

Leave A Reply

Your email address will not be published.