Latest Odisha News

ମୋହନ ଭାଗବତଙ୍କୁ ପ୍ରଶଂସା, କଂଗ୍ରେସକୁ ଗାଳି କଲେ ଗୁଲାମ ନବୀ ଆଜାଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଟ୍ଟର ହିନ୍ଦୁ ସଂଗଠନ ଆରଏସଏସ ପ୍ରମୁଖକୁ ପ୍ରଶଂସା କରିଛନ୍ତି ଗୁଲାମ ନବୀ ଆଜାଦ୍ । ଆଉ କଂଗ୍ରେସ ଉପରେ ବର୍ଷିଛନ୍ତି। ଏହି ଖବର ଅଜବ ଲାଗିଲେ ବି ସତ । ଯଦିଓ କେହି କେବେ ଆକଳନ କରିପାରୁନଥିବେ ହେଲେ ଗୁଲାମ ନବୀ ଆଜାଦ କଂଗ୍ରେସକୁ ବାଏ ବାଏ କରିବା ପରେ ତାଙ୍କ ଆଭିମୁଖ୍ୟ ଏହିପରି ହୋଇଯାଇଛି।

କଂଗ୍ରେସ ଛାଡିବା ପରଠାରୁ ଗୁଲାମ ନବୀ ଆଜାଦଙ୍କୁ ନେଇ ରାଜନୀତିରେ ଅନେକ ଆଲୋଚନା ହେଉଛି । ସେ ଜମ୍ମୁ କଶ୍ମୀରରେ ବିଜେପି ସହ ଏକ ମେଣ୍ଟ ଗଠନ କରିପାରନ୍ତି ବୋଲି କୁହାଯାଉଛି। ଏହା ପୂର୍ବରୁ ମଧ୍ୟ ସେ କହିଥିଲେ ଯେ ଧାରା 370 ଜମ୍ମୁ କଶ୍ମୀରରେ ପୁଣିଥରେ ଲାଗୁ ହୋଇପାରିବ ନାହିଁ। ଯେଉଁମାନେ ଲାଗୁ ହୋଇପାରିବ ବୋଲି କହୁଛନ୍ତି ସେମାନେ ମିଛ କହୁଛନ୍ତି ବୋଲି ଆଜାଦ କହିଥିଲେ।

ଏହାରି ଭିତରେ ସେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କୁ ପ୍ରଶଂସା କରିଛନ୍ତି। ଅଯୋଧ୍ୟା ଏବଂ ଜ୍ଞାନବ୍ୟାପୀ ପ୍ରସଙ୍ଗରେ ଆଜାଦ କହିଛନ୍ତି, ମୁଁ ଜାଣେ ନାହିଁ ଯେ ବିଜେପି କିମ୍ବା ଆରଏସଏସର କୌଣସି ନେତା କହିଛନ୍ତି ଯେ ପ୍ରତ୍ୟେକ ମସଜିଦକୁ ଭାଙ୍ଗିବାକୁ ପଡିବ। କିଛି ଜିନିଷ ଆରଏସଏସର ସ୍ୱାଗତଯୋଗ୍ୟ। ମୋହନ ଭାଗବତ କହିଛନ୍ତି ଯେ ପ୍ରତ୍ୟେକ ମସଜିଦ ଭାଙ୍ଗି ପାରିବ ନାହିଁ।

ଭୁପେଶ ବାଘେଲ ଅଭିଯୋଗ କରିଛନ୍ତି ଯେ ଗୁଲାମ ନବୀଙ୍କ ପ୍ରତି ବିଜେପି ନରମ ହୋଇସାରିଛି। ଏହା ଉପରେ ଆଜାଦ କହିଛନ୍ତି ଯେ ସେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ସେମାନଙ୍କର ଦୋଷ ନୁହେଁ। ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରର ତିନିଜଣ ମୁଖ୍ୟମନ୍ତ୍ରୀ ସେଠାରେ ଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ସତର୍କତାମୂଳକ ଭାବେ ତାଙ୍କୁ ଗୃହରେ ରଖାଯାଇଥିଲା। କିନ୍ତୁ ସେ କଶ୍ମୀରରେ ନୁହେଁ ଦିଲ୍ଲୀରେ ଥିଲେ। ସେ ଦିଲ୍ଲୀରେ ଥିଲେ କଣ ପ୍ରଦର୍ଶନ କରିବେ?

ଏବିପି ନ୍ୟୁଜକୁ ସାକ୍ଷତକାର ଦେଇ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯେତେବେଳେ ଆମେ କଂଗ୍ରେସ ସଭାପତିଙ୍କୁ ଦଳରେ ସଂସ୍କାର ଆଣିବାକୁ ଚେଷ୍ଟା କରୁଥିଲୁ ସେତେବେଳେ ଏହାର ଉତ୍ତର ଓଲଟା ହୋଇଥିଲା। ସେ କହିଛନ୍ତି, ଭର୍ଚୁଆଲ୍ ମିଟିଂ ସମୟରେ ନେତା କହିଛନ୍ତି ଯେ ଏହି ଚିଠି ମୋଦୀ ଲେଖିଛନ୍ତି। ସେ କିନ୍ତୁ କହିଥିଲେ ମୋଦୀ କାହିଁକି ଲେଖିବେ ଏ ଚିଠି, ସେ କଂଗ୍ରେସର ସ୍ଥାୟୀ ସଭାପତି ଦରକାର କହି କାହିଁକି ମଜବୁତ କରିବାକୁ ଚେଷ୍ଟା କରିବେ।

ଆଜାଦ କହିଛନ୍ତି, କଂଗ୍ରେସ କର୍ମୀମାନେ ମୋତେ ବିଜେପିର ସଭାପତି କହିଛନ୍ତି । ମୋତେ ଉପରାଷ୍ଟ୍ରପତି କହିଛନ୍ତି। ମୋର ସ୍ୱପ୍ନ ବିକ୍ରି କରି ସେମାନେ ମୋତେ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଯେତେବେଳେ ଆଖି ଖୋଲିଲି ତାହା ସବୁ ମିଛ ଥିଲା ବୋଲି କହିଛନ୍ତି।

Comments are closed.