Latest Odisha News

BREAKING NEWS

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜିଆଇ ମାନ୍ୟତା ଦାବି

ଭୁବନେଶ୍ବର : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ମିଳୁ ଜାତୀୟ ଓ ଅନ୍ତର୍ଜାତୀୟ ମାନ୍ୟତା । କେନ୍ଦ୍ରାପଡ଼ାର ସ୍ବାଦିଷ୍ଟ ରସାବଳୀକୁ ଜିଆଇ ଟ୍ୟାଗ୍ ପ୍ରଦାନ ଦାବିରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଛନ୍ତି ବିଜେଡିର ୩ ଜଣ ସାଂସଦ । ସାଂସଦ ସୁବାସ ସିଂ, ମୁନ୍ନା ଖାନ ଓ ମମତା ମହନ୍ତ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଚାରିଶହ ବର୍ଷ ପୂର୍ବରୁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ସ୍ବାଦିଷ୍ଟ ମିଷ୍ଟାନ୍ନ ରସାବଳୀ । ଏପରିକି ରସାବଳୀ ସମ୍ପର୍କରେ ପ୍ରାଚୀନ ଦାଣ୍ଡି ରାମାୟଣ ଓ ଜଗମୋହନ ରାମାୟଣରେ ଏନେଇ ସ୍ପଷ୍ଟ ଭାବେ ଲେଖାଯାଇଛି । ରସାବଳୀର ଚାହିଦା ବେଶ ରହିଥିଲେ ବି ଏପର୍ଯ୍ୟନ୍ତ ଜି.ଆଇ ଟ୍ୟାଗ୍ ପ୍ରଦାନ କରାଯାଇନି । ତେଣୁ ରସାବଳୀକୁ ଜି.ଆଇ ଟ୍ୟାଗ୍ ପ୍ରଦାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି ।

Leave A Reply

Your email address will not be published.