Latest Odisha News

BREAKING NEWS

ଆସନ୍ତାକାଲିଠୁ ପଞ୍ଜାବ, ଉତ୍ତରାଖଣ୍ଡ ଓ ଛତିଶଗଡରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : ଅନେକ ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି କ୍ରମରେ ଆସନ୍ତାକାଲିଠୁ ପଞ୍ଜାବ, ଉତ୍ତରାଖଣ୍ଡ ଓ ଛତିଶଗଡରେ ଖୋଲିବ ସ୍କୁଲ । ଏ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ଏହି ତିନି ରାଜ୍ୟର ସରକାର । ପଞ୍ଜାବ ସରକାରଙ୍କ ନିଷ୍ପତ୍ତି ଅନୁସାରେ କାଲିଠୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ । ସମସ୍ତ କ୍ଲାସରେ ଆରମ୍ଭ ହେବ ପାଠପଢ଼ା ।

କୋଭିଡ୍ କଟକଣା ଭିତରେ ଅଫଲାଇନ୍ ମୋଡରେ ପାଠପଢା ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି । ଛତିଶଗଡରେ କାଲିଠୁ ଖୋଲିବାକୁ ଯାଉଛି ସ୍କୁଲ । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ସେହିଭଳି କାଲିଠୁ ଉତ୍ତରାଖଣ୍ଡ ସରକାର ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ କିଛି ରାଜ୍ୟରେ ମଧ୍ୟ ଖୁବଶୀଘ୍ର ଖୋଲିବାକୁ ଯାଉଛି ସ୍କୁଲ । ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସରକାର ଏ ଯାଏ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି । ଅଭିଭାବକଙ୍କ ନିଷ୍ପତ୍ତି ଅନୁସାରେ ସ୍କୁଲ ଖୋଲିବ ବୋଲି କହିଛନ୍ତି ଦିଲ୍ଲୀ ସରକାର । କରୋନା ପାଇଁ ଅନେକ ଦିନ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଅଫଲାଇନ୍ ପାଠପଢ଼ାରେ ଅନେକ ସମସ୍ୟା ସୃଷ୍ଟି ହେଉଛି ।

Leave A Reply

Your email address will not be published.