Latest Odisha News

BREAKING NEWS

ଲୋକଙ୍କୁ ଡ଼ରାଇ ଟଙ୍କା ଆଦାୟ କରୁଥିବା ଡଲକୁ ଗିରଫ କଲା ପୋଲିସ

ମେକ୍ସିକୋ: ଆପଣ ଅନେକ ମାମଲା ଦେଖିଥିବେ, ଯେଉଁଠାରେ ପୋଲିସ ଅଜବ ଚରିତ୍ରକୁ ଗିରଫ କରିଛି । ବେଳେବେଳେ ପୋଲିସ୍ ଏମିତି କିଛି ଲୋକଙ୍କୁ ଗିରଫ କରେ ଯେଉଁମାନଙ୍କର ଗିରଫ ଇତିହାସ ନାହିଁ । ମେକ୍ସିକୋରେ ଏପରି ଏକ ଅଜବ ଘଟଣା ଘଟିଛି, ଯେଉଁଠାରେ ଲୋକଙ୍କୁ ଭୟଭୀତ କରୁଥିବା ଏକ ଡଲ୍‌କୁ ପୋଲିସ ଗିରଫ କରିଛି ।

ଏହି ଘଟଣା ମେକ୍ସିକୋର କୋହୁହୁଲା ରାଜ୍ୟରେ ଘଟିଛି । ଏଠାରେ ଛୁରୀ ଧରିଥିବା ଏକ ଡଲକୁ ପୋଲିସ ଗିରଫ କରିଛି । ତାଙ୍କ ସହ ଡଲ ମାଲିକ ମଧ୍ୟ ଧରାପଡିଛନ୍ତି । ଉଭୟ ଟଙ୍କା ପାଇଁ ଲୋକଙ୍କୁ ଡରାଉଥିବା ଅଭିଯୋଗ ହୋଇଛି । ଏହା ବୋଧହୁଏ ପ୍ରଥମ ଥର ପାଇଁ ଏକ ଡ଼ଲଙ୍କ ଉପରେ ଅଭିଯୋଗ କରାଯାଇ ଗିରଫ କରାଯାଇଛି । ଏହି ଡ଼ଲର ଲାଲ ରଙ୍ଗର କେଶ ଅଛି ଏବଂ ଏହା ଏକ ସିରିଏଲ କିଲରର ଆତ୍ମା ବୋଲି ବିଶ୍ୱାସ କରାଯାଉଥିଲା । ସାଧାରଣତଃ ଲୋକଙ୍କୁ ଭୟଭୀତ କରିବା ପାଇଁ ଏହି ପ୍ରକାର ଡଲ୍ ଫିଲ୍ମରେ ବ୍ୟବହାର କରାଯାଇଥାଏ । କିନ୍ତୁ ଯେତେବେଳେ କୋହୁହୁଲା ରାସ୍ତାରେ ଭୂତ ଡଲ୍ ଦେଖାଗଲା, ଲୋକମାନେ ଭୟଭୀତ ହୋଇପଡ଼ିଲେ ।

କାର୍ଲୋସ ଏନ ନାମକ ଜଣେ ବ୍ୟକ୍ତି ମେକ୍ସିକୋରେ ରୁହନ୍ତି । ସେ ଏକ ଡ଼ଲ ସାହାଯ୍ୟରେ ଲୋକଙ୍କୁ ଡ଼ରାଇ ଚାନ୍ଦା ଆଦାୟ କରୁଥିଲେ । ଲୋକମାନେ ଭୟଭୀତ ହୋଇ ତାଙ୍କୁ ଟଙ୍କା ଦେଉଥିଲେ । ଯେତେବେଳେ ପୋଲିସ ପାଖରେ ଏହି ଖବର ପହଞ୍ଚିଲା ପୋଲିସ ତତ୍ପର ହୋଇଉଠିଲା । ଶେଷରେ ଚଢାଉ କରି ଡଲ ଓ ତାର ମାଲିକଙ୍କୁ ଗିରଫ କରିଥିଲା । ଏହି ଡ଼ଲର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.