Latest Odisha News

ପ୍ରାୟ ୪୦ କେଜି ଓଜନର ବିରାଟକାୟ ଅଜଗର ଉଦ୍ଧାର

ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଗନିଆରୀ ଗାଁ ନିକଟ ଚାଷ ଜମିରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ୧୦ ରୁ ୧୨ ଫୁଟ ହୋଇଥିବା ବେଳେ, ଏହାର ଓଡନ ପ୍ରାୟ ୩୫ ରୁ ୪୦ କେଜି ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ଗନିଆରି ଗାଁ ନିକଟରେ ବିରିମୁଗ ବାରିରେ ଏକ ବିରାଟ ସାପ ବୁଲୁଥିବା ଲୋକେ ଦେଖିଥିଲେ l ଏନେଇ ଲୋକେ ସଙ୍ଗେସଙ୍ଗେ କୋମନା ବନବିଭାଗକୁ ଖବର ଦେଇଥିଲେ l ବନ ବିଭାଗ ତୁରନ୍ତ ଗନିଆରି ଗାଁରେ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ସ୍ଥାନୀୟ ଏକ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦେଇଥିବା ଖବର ମିଳିଛି ।

Comments are closed.