Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବିଚରେ ବିବାହ ଉତ୍ସବ ବେଳେ ମାଡ଼ି ଆସିଲା ଜୁଆର, ତା’ପରେ…

ନୂଆଦିଲ୍ଲୀ: ବିଚ୍ ବିବାହକୁ ନେଇ ଯୁବପିଢିଙ୍କ ମଧ୍ୟରେ ଟ୍ରେଣ୍ଡ ବଢ଼ୁଛି । ଚାହିଦାରେ ଥିବା ଏଭଳି ଏକ ଫ୍ୟାନ୍ସି ୱେଡିଂ ସମୁଦ୍ର ଢେଉରେ ଧୋଇ ଯାଇଛି । ଆମେରିକୀୟ ଦ୍ୱୀପ ହୱାଇ ବିଚରେ ଧୁମଧାମରେ ଆୟୋଜିତ ହୋଇଥିଲା ବାହାଘର । ହେଲେ ବିବାହର ଆରମ୍ଭ ମାତ୍ର ୫ ମିନିଟ୍ ପୂର୍ବରୁ ସମୁଦ୍ର ଲହଡ଼ିରେ ଭାସିଗଲା ସବୁ କିଛି । ଶନିବାର ଏଭଳି ଘଟଣା ଘଟିଛି । ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ଏହି ଭିଡିଓ ।

ସମୁଦ୍ର କୂଳରେ ବିବାହ ବେଶ୍ ଧୁମଧାମରେ ଚାଲିଥିଲା । କାହାକୁ ବି ଜଣା ନଥିଲା ଏମିତି ଉଚ୍ଚ ଜୁଆର ଆସିବ । କିନ୍ତୁ ହଠାତ୍ ସମୁଦ୍ରରେ ମାଡ଼ି ଆସିଥିଲା ଲହଡ଼ି । ଆଖି ଖୋଲିବା ବେଳକୁ ସମୁଦ୍ର ଢେଉରେ ସବୁ କିଛି ଧୋଇ ହୋଇ ଯାଇଥିଲା । ସମୁଦ୍ର ଜୁଆରରେ ଭାସୁଥିଲା ସୁସଜ୍ଜିତ ଚେୟାର, ଟେବୁଲ୍ । ଜୁଆରକୁ ଦେଖି ଯିଏ ଜୁଆଡ଼େ ପାରିଲେ ଦୌଡ଼ିଥିଲେ । ଏଭଳି ଭାବେ ୱେଡିଂ ରିସେପସନ୍ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇ ଯାଇଥିଲା ।

ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ । ତେବେ ସମୁଦ୍ରରେ ଆସିଥିବା ଜୁଆରର ଉଚ୍ଚତା ୧୨ରୁ ୧୫ ଫୁଟ୍ ଥିବା ସୂଚନା ଦେଇଛି ସ୍ଥାନୀୟ ପାଣିପାଗ ବିଭାଗ । ତେବେ ଅନେକ ବର୍ଷ ପରେ ଏଭଳି ବଡ଼ ଜୁଆର ଆସିଥିବା ଦେଖିବାକୁ ମିଳିଛି । ସାଧାରଣତଃ ବାତ୍ୟା ବେଳେ ୫ ମିଟରର ଜୁଆର ଆସିଥାଏ । ଶନିବାର ଆସିଥିବା ୧୨ରୁ ୧୫ ଫୁଟର ଉଚ୍ଚ ଜୁଆରକୁ ନେଇ ସେଠାକାର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଏପରିକି ବଡ଼ ବଡ଼ କୋଠା ଡେଇଁ ସହର ଭିତରେ ପଶିଛି ସମୁଦ୍ର ଜୁଆର ।

Leave A Reply

Your email address will not be published.