Latest Odisha News

ମେଗାଷ୍ଟାର ଅମିତାଭଙ୍କ ଆରୋଗ୍ୟ କାମନା କଲେ ରାଜନେତା, ଜାଣନ୍ତୁ କିଏ କଣ କହିଲେ

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ କରୋନା । ଏହାସହ ତାଙ୍କ ପୁଅ ଅଭିଷେକଙ୍କ ରିପୋର୍ଟ ବି ପଜଟିଭ୍ ଆସିଛି । ଏହି ଖବର ଜଣା ପଡ଼ିବା ପରେ ଦୁଇ ଅଭିନେତାଙ୍କ ସମସ୍ତେ ଆରୋଗ୍ୟ କାମନା କରିଛନ୍ତି । ବହୁ ବିଶିଷ୍ଟ ରାଜନେତା ମଧ୍ୟ ବିଗ ବିଙ୍କ ମଙ୍ଗଳ କାମନା କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ପ୍ରିୟ ଅମିତାଭ ଜୀ, ମୁଁ ଆପଣଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ଆପଣ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଟ୍ୱିଟ୍ କରିଛନ୍ତି, ଆମେ ସମସ୍ତେ ଆପଣ ଶୀଘ୍ର ଭଲ ହୋଇ ଯାଆନ୍ତୁ ସେଇ କାମନା କରୁଛି ।

ବିଗ ବିଙ୍କ ସୁସ୍ଥତା କାମନା କରିଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦି ଟ୍ୱଟ୍ କରି ଲେଖିଛନ୍ତି, ଅମିତଭା ବଚ୍ଚନ କରୋନା ସଂକ୍ରମିତ ହୋଇଥିବା ଖବର ମୋତେ ଚିନ୍ତିତ କରିଛି । ପ୍ରାର୍ଥନା କରୁଛି, ସେ ତୁରନ୍ତ ଭଲ ହୋଇ ଯାଆନ୍ତୁ ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଟ୍ୱିଟ୍ କରିଛନ୍ତି, ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇଥିବା ଖବର ଶୁଣି ମୁଁ ଚିନ୍ତିତ । ଦ୍ରୁତ ଆରୋଗ୍ୟ କାମନା କରୁଛି ।

ସେହିପରି ବଲିଉଡର ବହୁ ସେଲିବ୍ରିଟି ବି ଅମିତାଭ ଓ ଅଭିଷେକଙ୍କ ଆରୋଗ୍ୟ ନେଇ ପ୍ରାର୍ଥନା କରିଛନ୍ତି । କୈଳାସ ଖେର, ସୋନମ କପୁର, ସୋନୁ ସୁଦ, ପରେଶ ରାଓ୍ୱଲ, ପରଣୀତି ଚୋପ୍ରା, ଅଦନାନ ସାମି, ମହେଶ ବାବୁ, ରବିନା ଟଣ୍ଡନଙ୍କ ସମେତ ବହୁ ଦିଗଜ ।

Leave A Reply

Your email address will not be published.