Latest Odisha News

BREAKING NEWS

ବଜ୍ୟବସ୍ତୁରୁ ଛାତ୍ରଛାତ୍ରୀଙ୍କ ଅଭିନବ କଳାକୃତି; ପାଇଲା ‘ଏସିଆ ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ସରକାରୀ ଉଦ୍ୟୋଗିକ ପ୍ରଶିକ୍ଷଣ କେନ୍ଦ୍ର (ଆଇଟିଆଇ)ର କିଛି ଛାତ୍ରଛାତ୍ରୀମାନେ ବଜ୍ୟବସ୍ତୁକୁ ନେଇ ନିର୍ମାଣ କରୁଛନ୍ତି ଅଭିନବ କଳାକୃତି । ଛାତ୍ରଛାତ୍ରୀଙ୍କ ଏଭଳି କଳାକୃତିରେ ଭରି ଉଠିଛି ପୂରା ଆଇଟିଆଇ ପରିସର ।

ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ଏହିସବୁ କଳାକୃତି ସନ୍ଧ୍ୟା ସମୟରେ ଏକ କ୍ଷୁଦ୍ର ପାର୍କର ଭ୍ରମ ସୃଷ୍ଟି କରିଥାଏ । ଯାହା ଅନ୍ୟମାନଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ ।

ଏହିସବୁ କଳାକୃତିକୁ ନିର୍ମାଣ କରିଛନ୍ତି ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନେ । ନିକଟରେ ଅବ୍ୟବହୃତ କାଷ୍ଟିଂ, ଲୁହା ଛଡ ଭଳି ସ୍କାପ ଗୁଡିକର ବ୍ୟବହାର କରି ସେମାନେ ଏକ ଜିରଫ ନିର୍ମାଣ କରିଛନ୍ତି । ଯାହା ସବୁଠୁ ବଡ କଳାକୃତି ଭାବେ ‘ଏସିଆ ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ପାଇଛି ।

୩୨ ଫୁଟ୍ ଉଚ୍ଚତା ଓ ୧୨ ଫୁଟ୍ ଚଉଡାର କଳାକୃତି ନିର୍ମାଣ ଲାଗି ଫିଟର ଟ୍ରେଡର ସମୁଦାୟ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ପାଖାପାଖି ୨୨ ଦିନ ସମୟ ଲାଗିଥିଲା । ଯାହାର ଓଜନ ପ୍ରାୟ ୨୦୦୦ କିଲୋଗ୍ରାମ୍ ରହିଛି ।

ଏଭଳି ରେକର୍ଡ ଏହି ସଂସ୍ଥା ଲାଗି ନୂଆ ନୁହେଁ । ନିକଟ ଅତୀତରେ ବଜ୍ୟବସ୍ତୁକୁ ବ୍ୟବହାର ପ୍ରାୟ ୭୦ ଫୁଟ୍ ଉଚ୍ଚର ଗିଟାରର ନିର୍ମାଣ ଲାଗି ‘ଏସିଆ ବୁକ୍ ଅଫ୍ ରେକର୍ଡସ୍’ ପକ୍ଷରୁ ଗ୍ରାଣ୍ଡମାଷ୍ଟର ସାର୍ଟିଫିକେଟରେ ସମ୍ମାନିତ କରାଯାଇଥିଲା । ଯାହାକୁ ନିର୍ମାଣ ଲାଗି ମୋଟ୍ ୧୫୦ ଛାତ୍ରଛାତ୍ରୀମାନେ ମିଳିତ ଉଦ୍ୟମରେ ୩ ମାସ ୨୨ ଦିନ ଲାଗିଥିଲା ।

ଏଭଳି ଅଭିନବ କଳାକୃତି ନିର୍ମାଣ କରିବା ପଛରେ ଛାତ୍ରଛାତ୍ରୀଙ୍କର କଠିନ୍ ପରିଶ୍ରମ ରହିଛି ବୋଲି ଅତ୍ୟନ୍ତ ଖୁସିର ସହ ପ୍ରକାଶ କରିଛନ୍ତି ଉକ୍ତ ସଂସ୍ଥାର ପ୍ରିନ୍ସିପାଲ୍ ରଜତ କୁମାର ପାଣିଗ୍ରାହୀ ।

କେବଳ ଜିରାଫ୍ ନୁହେଁ ସମ୍ପୃକ୍ତ ଆଇଆଇଟି ଛାତ୍ରଛାତ୍ରୀମାନେ ବାଇକ୍ ଗିୟରରେ ଟେବଲ୍ ଲ୍ୟାମ୍ପ, ବାଥରୁମ୍ ପାଇପ୍ ଫିଟିଂର ବ୍ୟବହାର କରି ଫୁଲଦାନୀ, କାର୍ ଓ ଭଙ୍ଗା ସ୍କ୍ରାପକୁ ନେଇ ହରିଣ ଠାରୁ ଆରମ୍ଭ କରି ସ୍ପାଇଡରମ୍ୟାନ ପରି ଭଳିକି ଭଳି କାଳକୃତି ତିଆରି କରିଛନ୍ତି ।

Leave A Reply

Your email address will not be published.