Latest Odisha News

BREAKING NEWS

ସିସିଟିଭି କ୍ୟାମେରାରେ କଏଦ ହେଲା ଯୁବତୀଙ୍କ ଗହଣା ଚୋରି

ଭୁବନେଶ୍ୱର : ରାଜଧାନୀର ଏକ ଗହଣା ଦେକାନରୁ ଜଣେ ଯୁବତୀ ଗହଣା ଚୋରି କରୁଥିବା ବେଳେ ଏହି ଘଟଣା ଦେକାନରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ।

ରାଜମହଲ ଛକରେ ଥିବା ଏକ ଗହଣା ଦୋକାନରୁ କିଛି ଦିନ ପୂର୍ବରୁ ଉକ୍ତ ଯୁବତୀ ଜଣକ ୨ଟି ସୁନା ମୁଦି ସହ ଦୋକାନରୁ ପ୍ରାୟ ୬୦ ହଜାର ଟଙ୍କାର ଗହଣା ନେଇ ଚମ୍ପଟ ମାରିଛି । ଦୋକନ ମାଲିକଙ୍କ ବୟାନ ଓ ସିସିଟିଭି ଫୁଟେଜ ଆଧାରରେ କ୍ୟାପିଟାଲ ଥାନାରେ ଏକ ମାମଲା ଦାୟର କରାଯାଇଛି । ଆହୁରି ମଧ୍ୟ ଏହି ଏତଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ସମ୍ପୃକ୍ତ ଯୁବତୀ ଜଣକ କଳା ଜିନ୍ ପ୍ୟାଣ୍ଟ, ଗୋଲାପୀ ରଙ୍ଗର ଏକ ଟି ସାର୍ଟ ଓ ମୁଣ୍ଡରେ ଏକ ମଙ୍କି କ୍ୟାପ୍ ପିନ୍ଧିଥିବା ଜଣେ ଯୁବତୀ ଦୋକାନକୁ ସୁନା କିଣିବା ପାଇଁ ଆସିଥିବା ନେଇ ସିସିଟିଭି ଫୁଟେଜ ଯାଞ୍ଚ ରୁ ଜଣାପଡିଛି ।

ଦୋକାନ ମାଲିକ ମନୋରଞ୍ଜନ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ଉକ୍ତ ଯୁବତୀ ଜଣକ ଦୋକାନକୁ ଆସି ୮ରୁ ୧୨ ଗ୍ରାମ ମଧ୍ୟରେ ଏକ ସୁନା କାନ ଫୁଲ ଦେଖାଇବା ପାଇଁ କହିଥିଲେ । ଯେତେବେଳେ ମୁଁ ଏକ କାମରେ ଟିକେ ବାହାରକୁ ଯାଇଥିଲି ସେତେବେଳେ ଯୁବତୀ ଜଣକ ୨ଟି ମୁଦି ନେଇ ଚମ୍ପଟ ମାରିଥିଲେ” ।

ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଗହଣା ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଛାନଭିନ୍ ଚାଲିଥିବା ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.