Latest Odisha News

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ଏବେ ଅନଲାଇନରେ ହେବ ପରୀକ୍ଷା

କଟକ : ଜାନୁଆରୀ ୧୬ ତାରିଖରେ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍ (ଓଟିଇଟି) ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା ପରେ ଏଣିକି ଓଟିଇଟି ପରୀକ୍ଷା ଅନଲାଇନରେ ହେବା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ନିଷ୍ପତ୍ତି ନେଇଛି ।

ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ୍ ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏଣିକି ଛାତ୍ରଛାତ୍ରୀ ମାନେ ଓଟିଇଟି ପରୀକ୍ଷା ଅନଲାଇନରେ ଦେବେ ।

ଅଧିକ ପଢନ୍ତୁ :-  ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବାତିଲ ହେଲା ପରୀକ୍ଷା

“ସୋସିଆଲ ମିଡିଆରେ ଓଟିଇଟି ପରୀକ୍ଷା ପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ ଏହାର ଢାଞ୍ଚାରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହି ପରିପ୍ରେକ୍ଷୀରେ ଓଟିଇଟି ପରୀକ୍ଷା ଆଉ ଅଫଲାଇନରେ ନହୋଇ ଏବେ ଅନଲାଇନରେ ଅନୁଷ୍ଠିତ ହେବା ନେଇ ନିର୍ଣ୍ଣୟ ଗ୍ରହଣ କରାଯାଇଛି । ଏଥିସହିତ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ପରେ ହିଁ ଓଟିଇଟି ପରୀକ୍ଷା ହେବ” ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟର ପ୍ରାୟ ୨୫୦ଟି ସେଣ୍ଟରରେ ପାଖାପାଖି ୧.୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.