ନୂଆଦିଲ୍ଲୀ: ସାଧାରଣତଃ ବ୍ରେକଅପ୍ ପରେ କପଲ୍ସ ମାନେ ଜୀବନରେ ଆଗକୁ ବଢିଯାଇଥାନ୍ତି। ଆଉ କିଛି ଏମିତି ମଧ୍ଯ ଲୋକ ଅଛନ୍ତି ଯେଉଁମାନେ ବ୍ରେକଅପ୍ ପରେ ମଧ୍ୟ ପରସ୍ପରକୁ ହଇରାଣ କରିବାର ବାଟ ଖୋଜିଥାନ୍ତି। ସେହିପରି କିଛି ଘଟଣା ସମ୍ପର୍କରେ ଜାଣନ୍ତୁ। ଯେଉଁ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଭାଇରାଲ ପୋଷ୍ଟରେ ମହିଳା ଜଣକ କହିଛନ୍ତି ଯେ ବ୍ରେକଅପ୍ ପରେ ତାଙ୍କ ପୂର୍ବତନ ପ୍ରେମିକ ଅନଲାଇନ୍ ପେମେଣ୍ଟ ୟୁପିଆଇ ମାଧ୍ୟମରେ ପ୍ରତିଦିନ ତଥା ପ୍ରତି ମିନିଟରେ ତାଙ୍କୁ ୧ ଟଙ୍କା ପଠାଉଛନ୍ତି।
ତେବେ ଏହି ଘଟଣା ଆୟୁଷି ନାମକ ଜଣେ ‘ଏକ୍ସ’ ୟୁଜର୍ସଙ୍କ ଦ୍ବାରା ପୋଷ୍ଟ କରାଯାଇଛି। ଆୟୁଷି ଲେଖିଛନ୍ତି ଯେ ମୁଁ ତାଙ୍କୁ ସବୁ ସ୍ଥାନରୁ ବ୍ଲକ୍ କରିବା ସତ୍ତ୍ୱେ ମଧ୍ଯ ସେ ଗୁଗୁଲ୍ ପେ ରେ ପ୍ରତି ୧ ମିନିଟରେ ମୋତେ ୧ ଟଙ୍କା ପଠାଉଛନ୍ତି। ତେବେ ପୋଷ୍ଟର ଶେଷରେ ସେ ଏକ କାନ୍ଦୁଥିବା ଇମୋଜି ମଧ୍ୟ ପୋଷ୍ଟ କରିଥିଲେ। ତେବେ ତାଙ୍କର ଏହି ପୋଷ୍ଟରେ ଅନେକ ରିଆକ୍ସନ ମଧ୍ଯ ଆସିଛି। ଲୋକମାନେ ଇଣ୍ଟରନେଟରେ ଏହାର ମଜା ନେଉଥିବା ବେଳେ ଜଣେ ଯିଏକି ବ୍ରେକଅପ୍ ପରେ ଦୂରତା ବଜାୟ ରଖିବାକୁ ଚେଷ୍ଟା କରୁଥିବେ ଏହିପରି ବ୍ଯବହାର କୌଣସି ଦୃଷ୍ଟିରୁ ସଠିକ ନୁହେଁ କେହିକେହି ପ୍ରକାଶ କରିଛନ୍ତି।
ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ତାଙ୍କୁ ଗୁଗଲ୍ ରୁ ବ୍ଲକ୍ କରନ୍ତୁ ନାହିଁ। ଯଦି ସେ ଏହିପରି ଭାବରେ ଟଙ୍କା ପଠାଇବେ ତାହେଲେ ଆପଣଙ୍କ ପାଖରେ ଏକ ମାସରେ ୪୦ ହଜାରରୁ ଅଧିକ ଟଙ୍କା ହୋଇଯିବ। ତେବେ ଜାଣି ରଖିବା ଉଚିତ ଯେ ଗୋଟିଏ ମାସରେ ହାରାହାରି ୪୩ ହଜାର ୮୦୦ ମିନିଟ୍ ଥାଏ।
Comments are closed.