Latest Odisha News

BREAKING NEWS

ହସି ହସି ନଦୀକୁ ଡେଇଁ ଆତ୍ମହତ୍ୟା କଲେ ବିବାହିତ ମହିଳା, ମୃତ୍ୟୁ ପୂର୍ବରୁ ଭିଡିଓରେ ବଖାଣିଲେ ଦୁଃଖ

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦରେ ଜଣେ ବିବାହିତ ମହିଳା ସାବରମତୀ ନଦୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେତିକି ଦିନ ବଞ୍ଚିଲି, ଖୁବ୍ ଆନନ୍ଦରେ ବଞ୍ଚିଲି । ଏବେ ସେ ନିଜକୁ ଭେଟିବାକୁ ଚାହାନ୍ତି । ଏହାପରେ ମହିଳା ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଘଟଣା ପରେ ଥିବା ରିଭରଫ୍ରଣ୍ଟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି । 

ଆୟଶା ନିଜର ଭିଡିଓରେ କହିଛନ୍ତି,ମୋ ନାଁ ଆୟଶା ଆରିଫ୍ ଖାନ୍ । ମୁଁ ଯାହା କିଛି କରିବାକୁ ଯାଉଛି, ମୋର ଇଚ୍ଛାରୁ କରୁଛି । ଏଥିରେ କୌଣସି ପ୍ରକାର ଚାପ ନାହିଁ । ମୋତେ ଏତିକି ଜୀବନ ଖୁବ୍ ଶାନ୍ତି ଦେଇଛି । ଏହା ବୁଝି ନିଅନ୍ତୁ, ମୋ ଜୀବନ ଏତିକି ଥିଲା । 

ଆୟଶା ଆଗକୁ କହିଛନ୍ତି, ଭଲ ପାଇବାର ଅଛି ଯଦି ଦୁଇ ତରଫା କର, କାରଣ ଏକତରଫାରେ କିଛି ହାସଲ ହେବନି । ପ୍ରେମ ବି ବିବାହ ପରେ ଅଧୁରା ରୁହେ । ଏହି ସୁନ୍ଦର ନଦୀକୁ ପ୍ରାର୍ଥନା କରୁଛି ମୋତେ ନିଜର କୋଳରେ ନେଇଯାଉ ଓ ମୋର ଯିବା ପରେ ଯାହା ବି ହେବ, ଦୟାକରି ବିବାଦ ସୃଷ୍ଟି କରିବେ ନାହିଁ । 

ମୁଁ ପବନ ଭଳି, ବାସ୍ ବହିବାକୁ ଚାହେଁ । କାହା ପାଇଁ ରହିଯିବାକୁ ଚାହେଁନି । ମୁଁ ଖୁସି ଅଛି ଯେ ଆଜିର ଦିନରେ ଯେଉଁ ପ୍ରଶ୍ନର ଜବାବ ଦରକାର ଥିଲା ତାହା ମିଳିଗଲା ଓ ମୋତେ ଯାହାକୁ କିଛି ହବି କହିବାର ଥିଲା କହିସାରିଛି । ଧନ୍ୟବାଦ୍ । ମୋତେ ପ୍ରାର୍ଥନାରେ ମନେ ରଖିବେ । ଜଣାନାହିଁ ସ୍ବର୍ଗ ମିଳିବ କି ନାହିଁ । ଅଲବିଦା….। 

ଅହମ୍ମଦାବାଦରେ ରହୁଥିବା ଓ ପେଶାରେ ଟେଲର ଥିବା ଆୟଶାଙ୍କ ବାପା ଲିୟାକତ ଅଲ୍ଲୀ କହିଛନ୍ତି, ତାଙ୍କ ଝିଅର ବାହାଘର ୨୦୧୮ରେ ରାଜସ୍ଥାନ ଜାଲୋରରେ ରହୁଥିବା ଆରିଫ୍ ଖାନଙ୍କ ସହିତ ହୋଇଥିଲା । ବାପାଙ୍କ କହିବା ଅନୁସାରେ, ବିବାହ ପରେ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିଲା । 

ଲିୟାକତ ଅଲ୍ଲୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ଟଙ୍କା ଦେବା ପରେ ଆରିଫଙ୍କ ପରିବାର ଲୋକଙ୍କର ଲୋଭ ବଢିଯାଇଥିଲା । କିଛି ମାସ ପୂର୍ବରୁ ଆରିଫ୍ ପୁଣିଥରେ ଆୟଶାଙ୍କୁ ଅହମ୍ମଦାବାଦରେ ଛାଡି ଯାଉଥିଲା । ଆୟଶାଙ୍କ ସହିତ ଆରିଫ୍ ଫୋନରେ କଥା ହେଉନଥିଲା । କିଛି ଦିନ ପୂର୍ବରୁ ଆୟଶା ରାଗରେ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ। ଏହାପରେ ଆରିଫ୍ ଉତ୍ତର ଦେଇଥିଲେ ମରିବାର ଅଛି ଯଦି ମରିଯା ।

Leave A Reply

Your email address will not be published.