Latest Odisha News

BREAKING NEWS

ମିଆଁମାରରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି,୫ ମୃତ

ୟେଙ୍ଗୁନ: ମିଆଁମାରର ସର୍ବ ବୃହତ ସହର ୟେଙ୍ଗୁନରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଗୁଳି ଚାଳନା କରିବା ସହ ଲୁହବୁହା ବାସ୍ପ ପ୍ରୟୋଗ କରିଛି । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସେପଟେ ଶିକ୍ଷକଙ୍କ ବିକ୍ଷୋଭ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

BjdElectrycity

ଜାତିସଂଘରେ ମିଆଁମାରର ରାଜଦୂତ କେ.ଏମ.ତୁନ ସୈନ୍ୟ ସରକାରଙ୍କୁ ବେଖାତିର କରି ଜେନେରାଲ ଆସେମ୍ବ୍ଲିରେ ଦେଶରେ ଘଟିଥିବା ଘଟଣାକୁ ନିନ୍ଦା କରିଛନ୍ତି । ଏହାସହ ସେ ମିଳିତ ଜାତିସଂଘର ସଦସ୍ୟ ଦେଶମାନଙ୍କୁ ମିଆଁମାରର ସୈନ୍ୟ ସରକାରଙ୍କୁ ସମର୍ଥନ ନକରିବାକୁ ତଥା ତୁରନ୍ତ ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଛନ୍ତି ।

ତାଙ୍କର ଏହି ଅପିଲ ପରେ ମିଆଁମାର ସୈନ୍ୟ ସରକାର ତୁନଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ତେବେ ତୁନଙ୍କୁ ଜାତିସଂଘରେ ସମର୍ଥନ କରିଛି ଭାରତ। ମିଆଁମାରରେ ଗଣତାନ୍ତ୍ରିକ ବ୍ୟବସ୍ଥାର ବହାଲି ଜାତିସଂଘର ସମସ୍ତ ସଦସ୍ୟଙ୍କ ପ୍ରାଥମିକତା ହେବା ଦରକାର ବୋଲି ଭାରତ କହିଛି ।

Leave A Reply

Your email address will not be published.