Latest Odisha News

BREAKING NEWS

ନିଆଁରେ ପୋଡି ହୋଇ ଝିଅ ମୃତ

ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକର କୈଥଡା ପଞ୍ଚାୟତ ଅନ୍ତର୍ଗତ ଦୂରାଗାଁର ଭାଗିରଥୀ ନାୟକଙ୍କ ଝିଅ ମାମୁନି ନାୟକ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ନିକଟରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ମାମୁନି ସେଥିରେ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ରାତିରେ ଘର ଲୋକଙ୍କୁ ଖାଇବାକୁ ଦେଉଥିବା ବେଳେ ସେ କୌଣସି କାରଣବଶତଃ ଡିବିରି ନିଆଁ ସଂସ୍ପର୍ଶରେ ଆସି ଯାଇଥିଲେ । ଯାହାଫଳରେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ସେ ନିଆଁରେ ଗୁରୁତର ଭାବେ ପୋଡି ହୋଇଯାଇଥିବା ବେଳେ ତାଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ବ୍ରହ୍ମପୁର ସ୍ଥିତ ଏମକେସିଜି ଓ ତତପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।

ଅପରପକ୍ଷରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ । ପରିବାରର ଅନ୍ୟ ସଦସ୍ୟ ମାନେ ସାମାନ୍ୟ ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.