Latest Odisha News

BREAKING NEWS

ରାମମନ୍ଦିର ଭୂମିପୂଜନ ପାଇଁ ଶୁଭ ମୁହୂର୍ତ୍ତ ସ୍ଥିର କରିଥିବା ପୂଜକଙ୍କୁ ଧମକ

ଅଯୋଧ୍ୟା: ରାମମନ୍ଦିର ଭୂମି ପୂଜନ ମୁହୂର୍ତ୍ତକୁ ନେଇ ଥମୁନି ବିବାଦ । ଭୂମି ପୂଜା ପାଇଁ ଶୁଭ ମୂହୁର୍ତ୍ତ ବାହାର କରିଥିବା ପୂଜକଙ୍କୁ ମିଳୁଛି ଧମକ । ଭୂମିପୂଜା ପୂର୍ବରୁ ଆରମ୍ଭ ହୋଇଥିବା ବିବାଦ ଭିତରେ ମନ୍ଦିର ନିର୍ମାଣ ପାଇଁ ବ୍ରାହ୍ମ ମୂହୁର୍ତ୍ତ ସ୍ଥିର କରିଥିବା ପୂଜକ ଏଭଳି ଅଭିଯୋଗ ଆଣିଛନ୍ତି ।

ଶୁଭ ମୂହୁର୍ତ୍ତ ସ୍ଥିର କରିଥିବା କର୍ଣ୍ଣାଟକର ବେଲଗାବିରେ ରହୁଥିବା ପଣ୍ଡିତ ଏନ୍ ଆର୍ ବିଜେୟନ୍ଦ୍ର ଶର୍ମାଙ୍କୁ ଫୋନରେ ଧମକ ମିଳୁଛି । ଏନେଇ ପୂଜକ ଜଣକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ,ତାଙ୍କୁ ଦେଶର ବିଭିନ୍ନ ଭାଗରୁ ଧମକ ମିଳୁଛି । ସ୍ଥାନୀୟ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି । ଜଣେ କନେଷ୍ଟବଲଙ୍କୁ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଏନେଇ ବେଲଗାବି କମିଶନର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୂମିପୂଜାର ତାରିଖକୁ ନେଇ ବିବାଦ ସୃଷ୍ଟି ହୋଇଛି । ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ନିର୍ଧାରିତ ସମୟକୁ ଅଶୁଭ ବୋଲି କହିଛନ୍ତି ।  ସେ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖରେ ଦକ୍ଷୀଣାୟନ ଭାଦ୍ରପଦ ମାସ କୃଷ୍ଣ ପକ୍ଷର ଦ୍ୱିତୀୟ ତିଥି । ଶାସ୍ତ୍ର ଅନୁସାରେ ଏହି ମାସରେ ଗୃହ ପ୍ରବେଶ,ମନ୍ଦିର କାର୍ଯ୍ୟ ଆରମ୍ଭ ମନା । ଏଥିପାଇଁ ସେ ବିଷ୍ଣୁ ଧର୍ମଶାସ୍ତ୍ର ଓ ନୈବେଜ ବଲ୍ଲଭ ଗ୍ରନ୍ଥର ଉଦାହରଣ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ତାରିଖ ଓ ମୂହୁର୍ତ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ । କାଶୀର ସନ୍ଥ ସମାଜ ମଧ୍ୟ ଭୂମିପୂଜା ମୂହୁର୍ତ୍ତକୁ ବିରୋଧ କରୁଛନ୍ତି ।

Leave A Reply

Your email address will not be published.