Latest Odisha News

BREAKING NEWS

[ଭିଡ଼ିଓ] ନାବାଳିକା ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି

ରାୟଗଡ଼ା : ରାୟଗଡ଼ା ଶୁଣ୍ଢି ସାହିରେ ଅଘଟଣ ଘଟିଛି । ବେକରେ ରଶି ଲଗାଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି। ରାହୁଲ କୌଶଲ ନାମକ ଜଣେ ବ୍ୟକ୍ତିଙ୍କ ସହ ସେହି ଅଞ୍ଚଳର ଜଣେ ନାବାଳିକା ମିଶି ଆତ୍ମହତ୍ୟା କରିଛନ୍ତି । ୧୫ବର୍ଷୀୟ ଏହି ନାବାଳିକା ଜଣକ ଟ୍ୟୁସନ ପଢିବାକୁ ବାହାରିଥିବା ବେଳେ ରାହୁଲଙ୍କ ଘରକୁ ଆସିଥିଲେ । ସେଠାରେ ରହିବା ପରେ ସେ ଆତ୍ମହତ୍ୟା କରିଥିଲେ।

ଦୀର୍ଘ ସମୟ ଯାଏ ନାବାଳିକା ଜଣକ ଘରେ ପହଞ୍ଚିନଥିବା ବେଳେ ଘର ଲୋକ ଖୋଜି ଖୋଜି ରାହୁଲ ଘରେ ଝିଅର ଝୁଲନ୍ତା ମୃତ ଦେହ ଦେଖିଥିଲେ।

ଖବର ପାଇ ରାହୁଲଙ୍କ ଘରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଛାନ୍ ଭିନ୍ ଆରମ୍ଭ କରିଛି।

Comments are closed.