Latest Odisha News

BREAKING NEWS

ବରଫ ଚାଦରରେ ସଜାଇ ହୋଇଛି ପର୍ଯ୍ୟଟନସ୍ଥଳି ଔଲି , ଜମୁଛି ପର୍ଯ୍ୟଟକଙ୍କ ଭିଡ

ଉତ୍ତରାଖଣ୍ଡ :ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଔଲି । ଏଠାରେ ଏବେ ତୁଷାରପାତ ଜାରି ରହିଛି । ହେଲେ ଏହି ବରଫ ପାତ ଦେଖିବା ପାଇଁ ବାହାର ରାଜ୍ୟ ସହ ଆଖପାଖ ଅଞ୍ଚଳର ଟୁରିଷ୍ଟ ମାନଙ୍କ ପ୍ରବଳ ଭିଡ ଲାଗିଛି ।

ପିକନିକ୍ ସିଜିନ ଚାଲିଥିବା ବେଳେ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଲାଗିଛି । ଶୀତ ଦିନ ଆସିଲେ ଔଲି ଅଞ୍ଚଳରେ ସ୍ନୋ ଫଲର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

ଏହା ସହ ବଦ୍ରିନାଥ ଟେମ୍ପୁଲ, ଚାମୋଲି ଡିଷ୍ଟିଟ, ଉତ୍ତରାଖଣ୍ଡରେ ମଧ୍ୟ ସ୍ନୋ ଫଲ୍ ଲାଗି ରହିଛି । ରାସ୍ତା ଘାଟ ମଧ୍ୟ ବରଫ ଚାଦରରେ ଆଛାଦିତ ହୋଇ ରହିଛି । ସେପଟେ ଉତ୍ତରାଣ୍ଡରେ ହାଲକା ବର୍ଷା ଜାରି ରହିଛି ।

Leave A Reply

Your email address will not be published.