କର୍ଣ୍ଣାଟକ: ଜଣେ ମହିଳାଙ୍କୁ କାମୁଡ଼ି ଦେଲା ବିଷାକ୍ତ ସାପ । ଝିଅ ପାଟିରେ ବିଷ କାଢି ମାଆଙ୍କ ଜୀବନ ରକ୍ଷା କଲା । ଏହା ଆପଣଙ୍କୁ ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଲାଗୁଥିବ । ବାସ୍ତବରେ ଘଟଣାଟି ସତ । କର୍ଣ୍ଣାଟକରେ ଏମିତି ଏକ ଘଟଣା ଘଟିଛି ।
କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାର ପୁଟୁର ଗ୍ରାମର ମମତା ରାୟ । ସେ ଜଣେ ଗ୍ରାମପଞ୍ଚାୟତର ସଦସ୍ୟ । ମମତା କ୍ଷେତରୁ ଫେରୁଥିବା ବେଳେ ହଠାତ୍ ତାଙ୍କ ପାଦ ଏକ ବିଷାକ୍ତ ସାପ ଉପରେ ପଡ଼ିଯାଇଥିଲା । ସାପଟି ବୁଲିପଡ଼ି ତାଙ୍କ ଗୋଡ଼କୁ କାମୁଡ଼ି ଦେଲା । ଉପସ୍ଥିତ ବୃଦ୍ଧି ଖଟାଇ ମମତା ସଙ୍ଗେ ସଙ୍ଗେ ତାଙ୍କ ଗୋଡ଼କୁ ଏକ ଘାସରେ ବାନ୍ଧିଦେଲେ । ମାଙ୍କୁ ସାପ କାମୁଡ଼ିଥିବା ଶୁଣି ତାଙ୍କ ଝିଅ ଶ୍ରମା ଘଟଣାସ୍ଥଳରେ ପହଞ୍ଚିଥିଲେ । ମା’ ଗୋଡ଼କୁ ଏକ ଘାସରେ ବାନ୍ଧିଥିବା ଦେଖି ବେଶୀ ସମୟ ଏହାର ବିଷ ରୋକିପାରିବ ନାହିଁ ଭାବି ସଙ୍ଗେ ସଙ୍ଗେ ମା’ଙ୍କ ଗୋଡ଼ରୁ ନିଜର ପାଟି ସାହାଯ୍ୟରେ ବିଷ କାଢିବାକୁ ଲାଗିଲେ । ପାଖରେ ଥିବା ଗ୍ରାମବାସୀ ବାରଣ କରିବା ସତ୍ତ୍ୱେ ସେ କାହାରି କଥା ନ ଶୁଣି ମାଙ୍କ ଦେହରୁ ବିଷ କାଢିବାକୁ ଲାଗିଲେ । ଏହା ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଗଲେ । ହସପିଟାଲରେ ପହଞ୍ôଚବା ବେଳକୁ ଶ୍ରମା ସବୁ ବିଷ ତାଙ୍କ ମାଆଙ୍କ ଦେହରୁ କାଢି ଦେଇଥିଲେ । ଡ଼ାକ୍ତରଖାନା ପହଞ୍ଚିବା ପରେ ଶ୍ରମାଙ୍କ ଏପରି ଉଦ୍ୟମ ଯୋଗୁ ତାଙ୍କ ମାଆଙ୍କ ଜୀବନ ରକ୍ଷା ପାଇଗଲା ବୋଲି ଡ଼ାକ୍ତର କହିଥିଲେ । ତାଙ୍କର ଏପରି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି ।
Comments are closed.