Latest Odisha News

BREAKING NEWS

ବାରିପଦା ଆଶ୍ରମ ଗୃହରୁ ଛାତ୍ରୀଙ୍କ ମୃତ୍ୟୁଦେହ ଉଦ୍ଧାର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ରାସଗୋବିନ୍ଦପୁର ଆଶ୍ରମଗୃହରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଆଶ୍ରମ ଗୃହର କର୍ତ୍ତୃପକ୍ଷମାନେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଛି । ତେବେ ଏଯାବତ୍ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ ।

ଏହି ଘଟଣା ପରେ କୌଣସି ଅପ୍ରିତିକର ସ୍ଥିତିକୁ ଏଡାଇବାକୁ ଯାଇ ଆଶ୍ରମ ଗୃହ ନିକଟରେ ପୋଲିସ ବାହିନୀକୁ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.