Latest Odisha News

BREAKING NEWS

ମାଲକାନଗିରି: ଗଣିତ ଓଏମଆର ସିଟ୍ ହଜିବା ଘଟଣାରେ ୨ଜଣ ନିଲମ୍ବିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକସ୍ଥିତ ଏସଏସଡି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ୍ ହଜିବା ଘଟଣାରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ୍ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି ।

ନିଲମ୍ବିତ ହୋଇଥିବା ୨ ଜଣ କର୍ମଚାରୀ କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର ଓ ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ ବୋଲି ଜଣାପଡିଛି । ଗତ ସୋମବାର ଦିନ ବ୍ଲକ୍ ଶିକ୍ଷା ଅଧିକାରୀ ଏହି ୨ ଜଣଙ୍କ ସମେତ ପର୍ଯ୍ୟବେକ୍ଷକ ଓ ଜଣେ ପିଅନଙ୍କ ନାମରେ ଥାନାରେ ମାମଲା ରୁଜୁ କରିଥିଲେ ।

ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଡଃ ଜାହାନ ଆରା ବେଗମ୍ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ବୋର୍ଡ ପକ୍ଷରୁ ବିଇଓ (ବ୍ଲକ୍ ଶିକ୍ଷା ଅଧିକାରୀ)ଙ୍କୁ ଏହି ଘଟଣାର ଯାଞ୍ଚ କରିବା ଲାଗି ଥାନାରେ ଏକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ନିର୍ଦ୍ଦେଶକୁ କାର୍ଯ୍ୟକ୍ଷମ କରିବାକୁ ଯାଇ ବିଇଓ ସୋମବାର ଦିନ ପଡିଆ ଥାନାରେ କେନ୍ଦ୍ର ଅଧିକ୍ଷକ, ଉପାଧିକ୍ଷକ, ପର୍ଯ୍ୟବେକ୍ଷକ ଓ ଜଣେ ପିଅନଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ଆହୁରି ମଧ୍ୟ “ପୋଲିସର ତଦନ୍ତ ସରିଲେ ଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛଥିଲେ ।

Leave A Reply

Your email address will not be published.