Latest Odisha News

BREAKING NEWS

ଟ୍ରକ ପଛରେ ପିଟି ହେଲା ସ୍କୁଟି: ଜଣେ ଭଉଣୀ ମୃତ ଓ ଜଣେ ଗୁରୁତର

ଯାଜପୁର: ସ୍କୁଟିରେ ଟିଉସନ ଯାଉଥିଲେ ଦୁଇ ଉଉଣୀ । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।  ଯାଜପୁର ଜିଲ୍ଲା ଦେଇ ଯାଇଥବା ୧୬ ନମ୍ୱର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  ।

ମୃତକ ହେଲେ ନେଉଳପୁର ଗାଁର ସନ୍ତୋଷ ବେହେରାଙ୍କ ଝିଅ ଶ୍ୱେତା ବେହେରା । ଗୁରୁତର ଅବସ୍ଥାରେ ସଙ୍ଗୀତା ବେହେରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଭଉଣୀ ସ୍କୁଟି ଯୋଗ ଜାରକାକୁ ଟିଉସନ ଯାଉଥିଲେ । ଏମିତିକବେଳେ ରଥିଆ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ସେମାନଙ୍କ ଗାଡ଼ି ଧକ୍କା ଦେଇଥିଲେ ।

Leave A Reply

Your email address will not be published.