Latest Odisha News

ହଠାତ୍ କୋଚିଂ ସେଣ୍ଟରରେ ପଶି ଛାତ୍ରୀଙ୍କୁ ଗୁଳି ମାରିଲେ ଛାତ୍ର

ମୁଜାଫରପୁର: ହଠାତ୍ କୋଚିଂ ସେଣ୍ଟରରେ ପଶି ଛାତ୍ରୀଙ୍କୁ ଗୁଳି ମାରିଲେ ଛାତ୍ର। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରର ମୁଜାଫରପୁରରେ।

ସୂଚନା ଅନୁଯାୟୀ, କୋଚିଂ ସେଣ୍ଟରରେ ପିଲାମାନେ ପାଠପଢ଼ାରେ ବ୍ୟସ୍ତ ଥିଲେ। ଦଶମ ଶ୍ରେଣୀର ଜଣେ ଛାତ୍ର ଏକ କୋଚିଂ ସେଣ୍ଟର ଭିତରେ ପଶିଥିଲା। ଆଉ ହଠାତ୍ ଜଣେ ଛାତ୍ରୀଙ୍କୁ ଟାର୍ଗେଟ କରି ଗୁଳି ମାଡ଼ କଲା।

କେହି କିଛି ବୁଝିବା ଆଗରୁ ଘଟିଯାଇଥିଲା ଅଘଟଣ। ଆଉ ଅଣ୍ଟାରେ ଗୁଳି ବାଜିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଛାତ୍ରୀ। ଗୁଳି ଚଳାଇ ଅଭିଯୁକ୍ତ ଛାତ୍ରଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉକ୍ତ ଛାତ୍ର ଜଣକ ବୟସ ୧୫-୧୬ ବର୍ଷ ହୋଇଥିବା ନେଇ ଜଣାପଡିଛି।

ତେବେ ଛାତ୍ର ଜଣକ କେଉଁଠାରୁ ବନ୍ଧୁକ ପାଇଲା ଏବଂ ଆକ୍ରମଣ ପଛର କାରଣ ମଧ୍ଯ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ପାଇ ପୁଲିସ୍‌ ପହଞ୍ଚି ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.